ରାୟଗଡା(ସମୃଦ୍ଧ ଓଡିଶା)ଏକୋଇଶି ଦିନିଆ ଲକଡାଉନର ଆଜି ହେଉଛି ଷଷ୍ଠ ଦିନ । ଲକ୍ ଡାଉନର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି । ବନ୍ଦ ଯୋଗୁ ଶୂନଶାନ ହୋଇପଡୁଛି ରାସ୍ତା ଘାଟ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଯାହା ଘରୁ ବାହାରୁଛନ୍ତି ସେତିକି ପୁଣି ସକାଳ ବେଳା କେବଳ । କଟକଣାକୁ ମାନିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ଲୋକେ । ଓଡ଼ିଶା ସହ ଲାଗିଥିବା ବିଭିନ୍ନ ରାଜ୍ୟରେ ସୀମା ସିଲ୍ ଲାଗି ନିଆଯାଇଛି ପଦକ୍ଷେପ । ଯେଉଁଠି କାଁ ଭାଁ ଲୋକେ ମାନୁନାହାନ୍ତି, ସେଠାରେ ପୋଲିସର ତାଗିଦ ଦେଖିବାକୁ ମିଳୁଛି । କିଛି କିଛି ସ୍ଥାନରେ ଆଇନ ଖିଲାପକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ପ୍ରଶାସନ । ଏମିତି ଅନେକ ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ବେଳେ ରାୟଗଡାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।କରୋନା ମୁକାବିଲା ପାଇଁ ରାୟଗଡ଼ାରେ ଲକଡାଉନ ସମୟରେ ଗଳାବାଟ ଖୋଜି ଆମ୍ବୁଲାନ୍ସରେ ୬ ଜଣ ଲୋକ ଓଡ଼ଗାଁରୁ ଦାମନଯୋଡ଼ି ଅଭିମୁଖେ ଯାଉଥିବା ବେଳେ ରାୟଗଡା ପୋଲିସ କାବୁ କରିଛି । ପୋଲିସ ଆମ୍ବୁଲାନ୍ସ ସହ ଡ୍ରାଇଭର ଏବଂ ଯାତ୍ରୀମାନଙ୍କୁ ଥାନାରେ ରଖିଥିବା ଖବର ହସ୍ତଗତ ହୋଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ