କଟକ/ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣ ବଢି ଚାଲିଥିବା ବେଳେ ଲକଡାଉନ ମଧ୍ୟ ବଢ଼ିବାରେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । କିନ୍ତୁ ରାଜ୍ୟରେ ଥିବା ପୋଲିସ ଘରୁ ବାହାରୁଥିବା ଲୋକଙ୍କୁ ଘଉଡ଼େଇବା ପାଇଁ ମାତ୍ରାଧିକ କାର୍ଯ୍ୟ କରୁଥିବାରୁ ମାନ୍ୟବର ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଲକଡାଉନକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ କିଛି ଅମାନିଆ ଲୋକ ଅବମାନନା କରି ଗାଡି ଧରି କୌଣସି କାରଣ ନ ଥାଇ ବାହାରେ ବୁଲୁଥିବା ବେଳେ ପୋଲିସ ହାବୁଡ଼ରେ ପଡି ମାଡ଼ ଖାଉଛନ୍ତି ଆଉ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗାଡି ଜବତ କରାଯାଉଛି । ତେବେ ଦୈନନ୍ଦିନ ଗାଡି ଜବତ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଘଟଣା ନେଇ ମାନ୍ୟବର ହାଇକୋର୍ଟରେ ଦାଖଲ ପିଟିସନରେ ଗାଡି ଜବତ ଘଟଣାକୁ ପୋଲିସ ଜବତ କରିପାରିବେ ନାହିଁ ବୋଲି ମାନ୍ୟବର ହାଇକୋର୍ଟ କହିଛନ୍ତି । ଜବତ କରିବା ବଦଳରେ ଚାଳକଙ୍କ ଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ିକୁ ଛାଡ଼ିଦେଇ ପାରିବେ ବୋଲି କୋର୍ଟ କହିଛନ୍ତି । ସରକାର ଦୁଇ ଚକିଆ ଯାନକୁ ଲକଡାଉନ ବେଳେ ବନ୍ଦ କରିବାରେ ବରିଷ୍ଠ ନାଗରିକମାନେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଯାଉଥିବା ବେଳେ ଗାଡି ଜବତ କରିବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ କୋର୍ଟ ଅସନ୍ତୋଷ ପ୍ରକାଶ କରି ସମ୍ପୃକ୍ତ ବିଭାଗ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଗାଡି ଜବତ ଉପରେ କଟକଣା କୋହଳ କରିବାକୁ ମାନ୍ୟବର ହାଇକୋର୍ଟ ଅସ୍ଥାୟୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଏକ ରିଟ ପିଟିସନ ଉପରେ ବିଚାର କରି ନିର୍ଦ୍ଦେଶ ଦେଇଛନ୍ତି । ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ ବୋଲି କୋର୍ଟ କହିଛନ୍ତି । ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି । ସହଜରେ ଘର ପାଖରେ ଜିନିଷ ନ ମିଳିବା ପର୍ଯ୍ୟନ୍ତ ଲୋକଙ୍କୁ ହଇରାଣ ନ କରାଯାଉ ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏଣିକି ପୋଲିସ ଲକଡାଉନ ବେଳେ ଗାଡି ଜବତ କରି ପାରିବେ ନାହିଁ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଗଞ୍ଜାମ ପୋଲିସ ଲକଡାଉନକୁ ଅବମାନନା କରିଥିବା ୫୭୦ ଜଣଙ୍କ ବିରୁଦ୍ଧରେ ୨୮୦ଟି ମକୋଦମା ରୁଜୁ କରାଯାଇଥିବା ବେଳେ ୧୧୭ଟି ମଟର ସାଇକେଲ ଜବତ କରାଯାଇଛି ।
ରିପୋର୍ଟ : ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା