

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକର ଖଣ୍ଡିଦେଉଲି ବିରୁଳିଗଡ ରାସ୍ତାରେ ଏକ ଗାଡି ପିକଅପ ଭେନ ଓଲଟି ପଡିବାରୁ ଗାଡି ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହେଇଥିବା ଜଣାପଡିଛି । ଏଥିରେ ୮ଜଣ ଆହତ ହୋଇ ଗୁରୁତର ହୋଇଥିବା ବେଳେ କଟକ ନେବାକୁ ଗାଡି ନ ମିଳିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଲକଡାଉନ ଚାଲିଥିବା ବେଳେ ଏଭଳି ମର୍ମ୍ମଦୂତ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଛି । ପୁଣି ଏହି ପିକଅପ ଭେନରେ ୧୨ ଜଣ ବସି କିପରି ଯାଉଥିଲେ ଏବଂ ଏମାନଙ୍କୁ କିଏ ଅନୁମତି ଦେଲା ତାହା ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସାରା ରାଷ୍ଟ୍ରରେ ଗଞ୍ଜାମ ଜିଲ୍ଲା ଲକଡାଉନ ଓ କରୋନା ସଂକ୍ରମଣ କାର୍ଯ୍ୟକ୍ରମରେ ଆଗୁଆ ଥିବା ବେଳେ ଏଭଳି ଦୁର୍ଘଟଣା କିଭଳି ହେଉଛି ତାହା ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ମୋଟର ସାଇକେଲଟିଏ ପୋଲିସ ଛାଡୁ ନ ଥିବା ବେଳେ ପିକଅପ ଭେନ ଭଳି ଚାରି ଚକିଆ ଯାତ୍ରୀବାହୀ ଭେନରେ ଜଣେ ନୁହେଁ କି ୨ଜଣ ନୁହେଁ ଏକା ଥରକରେ ୧୨ ଜଣ ବସି ଆସୁଥିଲେ କେମିତି ? ଏହି ଲକଡାଉନ ସମୟରେ ଛତ୍ରପୁର ଓ ପାଖାପାଖି ଅଂଚଳରେ ଏହି ଦୁର୍ଘଟଣାକୁ ମିଶାଇ ଏକାଧିକ ଦୁର୍ଘଟଣା ଘଟିଥିବା ନଜରକୁ ଆସିଥିବା ଯୋଗୁଁ ଲକଡାଉନର ସଫଳତା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଆମ ପ୍ରତିନିଧି ପୁଣି ଜଣାଇଛନ୍ତି ଯେ ଏହି ପିକଅପ ଭେନଟି ୧୨ ଜଣ ଶ୍ରମିକକୁ ନେଇ ଭାବନ୍ଧ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଶ୍ରମିକ ମାନେ ଭାବନ୍ଧର କୌଣସି ଏକ କ୍ରସରକୁ କାମ କରିବା ପାଇଁ ଯାଉଥିଲେ । ଆଜି ଲକଡାଉନ କୋହଳ ହେବାରୁ ଏହି ଦିନମଜୁରିଆ ମାନେ କାମ କରିବାକୁ ଭାବନ୍ଧ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
