
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜିଠୁ ଦେଶର ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଲକଡାଉନର । ଆଗାମୀ ୧୭ ତାରିଖ ଯାଏଁ ଏହି ଲକଡାଉନ ପ୍ରକ୍ରିୟା ଚାଲିବାକୁ ଥିବାବେଳେ ଏଥିପାଇଁ ନୂଆ ଜୋନ୍ ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ମହାନଗର ନିଗମକୁ ରେଡ୍ ଜୋନ୍ ଅନ୍ତର୍ଭୁକ୍ତ କରିଛନ୍ତି ସରକାର । ପୂର୍ବରୁ ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍ରେ ରହିଥିଲା । ତେବେ ରାଜ୍ୟ ସରକାରଙ୍କ ନୂଆ ଜୋନ୍ ତାଲିକା ପରେ ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳ ଅରେଞ୍ଜ ଜୋନ୍ରେ ରହିବ । ଭୁବନେଶ୍ୱରକୁ ରେଡ୍ ଜୋନ୍ ଅନ୍ତର୍ଭୁକ୍ତ କରାଯିବା ପରେ କୋହଳ ହୋଇଥିବା ସମସ୍ତ କଟକଣା ପୁଣି ଲାଗୁ ହେବ । ପୂର୍ବରୁ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ରହିଥିବା ବେଳେ ଏଥିରେ ସାମିଲ ହୋଇଛି ଭୁବନେଶ୍ୱର ମହାନଗର ନିଗମ ।
ରିପୋର୍ଟ : ଆକାଶ ମିଶ୍ର
