
କୋରାପୁଟ/ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ କୋରାପୁଟ ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ଵରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କାକରିଗୁମ୍ମାରେ ଅନୁଷ୍ଠିତ ହୋଇଥିଲା । ଏହି କାଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ପଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଥିଲେ । କୋରାପୁଟ ସାଂସଦ ଝିନ୍ନ ହିକକା, ପର୍ଯ୍ୟବେକ୍ଷକ ତେଜେଶ୍ବର ପରିଡା, ଜିଲ୍ଲା ପରିଷଦ ଅଧକ୍ଷ ପ୍ରଭୁ ଜାନୀ, ସରପଞ୍ଚ ମହାସଂଘର ସଭାପତି ଭଗବାନ ମୁଦୁଲି, ଦଶମନ୍ତପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ବିଷୋଇ (ପଣ୍ଡିତ ), ପାରଦା କୁଲେସିକା, ଆଶ୍ରିତା ଲାକ୍ରା, ଦଶମନ୍ତପୁର ବ୍ଳକ ବିଜେଡି ସଭାପତି ମହେନ୍ଦ୍ର କୁଲଦୀପ, ସଂଯୋଜକ ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଅଜିତ ନାୟକ, କରୁଣାକର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି କାଯ୍ୟକ୍ରମରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁ ଓ ଲଷ୍ମୀପୁର ବ୍ଳକ ର ପ୍ରାୟ ୬୦ଟି ଗ୍ରାମ ପଞ୍ଚାୟତର ୪୦୦୦ରୁ ଉର୍ଦ୍ଧ ବିଜେଡି ସମର୍ଥକ ଯୋଗଦେଇ ଥିଲେ । ଏହି ଅବସରରେ ମଞ୍ଚାସିନ ଅତିଥିମାନେ ସରକାରଙ୍କ ବିଭୀନ୍ନ ଲୋକାଭୀମୁଖି ତଥା ଜନ ହିତକାରୀ ଯୋଜନାଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ଓ ବିଜେଡି ଦଳର ସମୃଦ୍ଧି ଓ ପ୍ରଗତି କାମନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


