ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବାଜିଚୌକ ପରିବା ମାର୍କେଟ ନିକଟରେ ଥିବା ଶୌଚାଳୟଟି ଦୀର୍ଘ ଦିନ ଧରି ଅପରିଷ୍କାର ହୋଇ ପଡ଼ିରହିଥିବା ସୂଚନା ମିଳିଛି । ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟଟି କୌଣସି ବ୍ୟକ୍ତିଙ୍କ ବ୍ୟବହାରରେ ଆସିପାରୁନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଢେଙ୍କାନାଳର ଜନସାଧରଣଙ୍କ ପକ୍ଷରୁ ପ୍ରଶାସନକୁ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି