

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଗତ ରବିବାରକୁ ମିଶାଇଲେ ୮ ଦିନ ହେଲା ସାରା ଦେଶ ସ୍ତବ୍ଦ ଅର୍ଥାତ ଶୂନଶାନ ହୋଇଯାଇଛି । ଗରୀବ ଅସହାୟ ଶ୍ରମଜୀବୀମାନେ କାମ ଧନ୍ଦା ନ ପାଇ ହନ୍ତସନ୍ତ ହୋଇସାରିଲେଣି । ପ୍ରବାସୀ ମାନେ କିଏ କେଉଁଟି ରହି ଖାଇବା ନ ପାଇ ହଇରାଣ ହେଇଥିବା ଦୃଶ ଫେସ ବୁକରେ ଦେଖିବାକୁ ମିଳୁଛି । ଦିଲ୍ଲୀରେ ଦୈନିକ ମଜୁରିଆ ତଥା ଶ୍ରମିକମାନେ ପଇସା ଅଭାବରୁ ଖାଇବାକୁ ମୁଠାଏ ନ ପାଇ ଭୋକ ଉପବାସରେ ରୋଡ଼ ଉପରେ ବସିରହିଥିବା ଦେଖିବାକୁ ମିଳୁଛି । ସାରାଦେଶରେ ଏଭଳି ଦହନୀୟ ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଲକଡାଉନ ପୁଣି ବଢିବ ବୋଲି ଗୁଜବ ହେବାରୁ ସେମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଯାଉଛି । ତେବେ ଦେଶରେ କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ୨୧ଦିନ ଯାଏଁ ଲକ୍ଡାଉନ୍ ଘୋଷଣା କରିଛିନ୍ତି । ଲକ୍ଡାଉନ୍କୁ ଆଜି ଷଷ୍ଠ ଦିନ ପୂରିଥିଲେ ବି ୨୨ତାରିଖ ଦିନକୁ ମିଶାଇଲେ ଆଜି ୮ ଦିନରେ ପହଞ୍ଚି ସାରିଲାଣି । ଦେଶବ୍ୟାପୀ ଲକଡାଉନ୍ ଅବଧି ଏପ୍ରିଲ ୧୪ ପରେ ଆଉ ବଢାଯିବନି ବୋଲି କ୍ୟାବିନେଟ ସଚିବ ରାଜୀବ ଗୋୱା ଆଜି ସ୍ପଷ୍ଟ କରିବା ପରେ ସେହି ସାଧାରଣ ଲୋକଙ୍କୁ ଆଜି ଅଶ୍ଵସ୍ତି ମିଳିଛି । କରୋନା ଭାଇରସ ସଂକ୍ରମଣ ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ୨୧ଦିନି ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ ଡାଉନ୍ ଲାଗୁ କରିଥିଲେ । ଏବଂ ପରିବାର ସଦସ୍ୟ ଠାରୁ ଆରମ୍ଭ କରି ସମସ୍ତେ ଏକ ମିଟର ଦୂରତା ଅର୍ଥାତ ସାମାଜିକ ଦୂରତା (ସୋସିଆଲ ଡିସଷ୍ଟାନ୍ସ )ପାଳନ କରିବାକୁ ମଧ୍ୟ କହିଥିଲେ । ରାଜ୍ୟମାନେ ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ସବୁଆଡେ ଶୂନଶାନ ଦେଖାଯାଉଛି । ଘରୋଇ ବିମାନ ଉଡାଣ, ଟ୍ରେନ୍ ଏବଂ ବସ ସେବା ସମ୍ପୂର୍ଣ ବନ୍ଦ ରହିଛି । ତେବେ କେନ୍ଦ୍ର କ୍ୟାବିନେଟ୍ ସଚିବ ଆଜି ସ୍ପଷ୍ଟ କରିଛନ୍ତି ଯେ, ଲକଡାଉନ ଅବଧି ଆଉ ବଢିବନାହିଁ ।ଏହା ସାଧାରଣ ଲୋକ ଶ୍ରମଜୀବୀ ଗରିବଙ୍କୁ ଆନନ୍ଦ ଦେଇଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା

