

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ଛତ୍ରପୁର ସବଡିଭିଜନ ଅଧୀନରେ ୮ ଟି ବ୍ଲକ ଓ ୯ଟି ସହର ରହିଛି । କୋଭିଡ ସମୟରେ ଜାରି ହୋଇଥିବା ଲକ୍ଡାଉନ ଗାଇଡଲାଇନ୍ ପାଳନ ସମ୍ପର୍କୀୟ ନିୟମିତ ଏନ୍ଫୋର୍ସମେଣ୍ଟ ସହ ଏହାକୁ କଡାକଡି କରାଯାଉଛି । ତହସିଲଦାର, ପୋଲିସ, ଥାନା ଅଧିକାରୀ ଗାଇଡଲାଇନ୍ ପାଳନ ନେଇ ମନିଟରିଂ କରିବା ସହ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏ ନେଇ ଛତ୍ରପୁର ସ୍ୱତନ୍ତ୍ର ଏଡିଏମ୍ ପାରୁଲ ପଟଉଆରି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ୬୧ ହଜାର ୪୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେଥି ମଧ୍ୟରେ ମାସ୍କ ପାଇଁ ୯୫ ହଜାର ୫୬୦ ଟଙ୍କା, ବାଇକରେ ୨ ଜଣ ବସିଥିବା ପାଇଁ ୪ ଲକ୍ଷ ୯ ହଜାର ୧୫୦ ଟଙ୍କା, ସର୍ବସାଧାରଣରେ ଛେପ ପକାଇବା ବାବଦରେ ୩୫ ହଜାର ୧୦୦ ଟଙ୍କା, ସାମାଜିକ ଦୂରତା ନ ଥିବା ନେଇ ୪ ଲକ୍ଷ ୨୪ ହଜାର ୫୦୦ ଟଙ୍କା ଓ ନିୟମ ଉଲ୍ଲଘଂନ କରିଥିବା ଦୋକାନୀଙ୍କ ଠାରୁ ୩୭ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସ୍ୱତନ୍ତ୍ର ଏଡିଏମ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
