ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଲକ୍ଡାଉନ କଟକଣା ସମ୍ପର୍କରେ ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରି ନାହିଁ ବର୍ତ୍ତମାନ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ । ପୂର୍ବଠାରୁ ବର୍ତ୍ତମାନ ଲକ୍ଡାଉନ୍ ଟିକେ କଡ଼ା କରାଯାଇଛି । ସମସ୍ତଙ୍କୁ ମାନିବାକୁ ପଡ଼ିବ । ସାପ୍ତାହିକ ସଟଡାଉନ ବର୍ତ୍ତମାନ ଉଠେଇ ଦିଆଯିବ । ସପ୍ତାହର ସବୁଦିନ ସକାଳ ୬ରୁ ଦିନ ୧ଟା ଦୋକାନ ଖୋଲା ରହିବ । କେବଳ ଗ୍ରୋସରୀ, ପରିବା ଆଦି ଅତ୍ୟାବଶ୍ୟକ ଦୋକାନ ଖୋଲିବ । ଘର ପାଖ ଦୋକାନରୁ କିଣନ୍ତୁ, ଦୂରକୁ କିଣିବାକୁ ଯାଆନ୍ତୁ ନାହିଁ । ଯତେ ସମ୍ଭବ ଗାଡି ନେଇ ଯାଆନ୍ତୁ ନାହିଁ ଚାଲି ଚାଲି ଯାନ୍ତୁ । ଅତି ଆବଶ୍ୟକ ପଡିଲେ ହିଁ ଗାଡି ନେଇ ଯାନ୍ତୁ । ଅମାନିଆ ଲୋକ ବାଇକ ନେଇ କିଣିବାକୁ ଗଲେ, ବାଇକ ଜବତ କରାଯିବ । ମେଡିକାଲ ଷ୍ଟାଫ୍ ନିଜ ପରିଚୟ ପତ୍ର ଦେଖାଇ ଯାଇ ପାରିବେ । ଔଷଧ ଦୋକାନ କର୍ମଚାରୀ ଟ୍ରେଡ ଲାଇସେନ୍ସ କପି ଦେଖାଇ ଯାଇପାରିବେ । ଗ୍ରୋସରୀ, ପରିବା ଦୋକାନୀଙ୍କ ଯିବା ଆସିବା ପାଇଁ ହ୍ୱାଟସଆପ୍ ଗ୍ରୁପ୍ ହୋଇଛି । ଗଣମାଧ୍ୟମ କର୍ମଚାରୀ ପରିଚୟ ପତ୍ର, କର୍ତ୍ତୃପକ୍ଷଙ୍କ ଚିଠି ଦେଖାଇବାକୁ ପଡିବ । ଯଦି କେହି ଗଣମାଧ୍ୟମର ମିଛ ପରିଚୟ ପତ୍ର ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ୨୫%ରୁ ଅଧିକ ହେବ ନାହିଁ । ବ୍ୟାଙ୍କ କର୍ମଚାରୀମାନେ ନିଜ ପରିଚୟ ପତ୍ର, କର୍ତ୍ତୃପକ୍ଷଙ୍କ ଚିଠି ଦେଖାଇବାକୁ ପଡିବ । ଏହାସହ ସହର ଭିତରକୁ ଯିବା ଆସିବା ଉପରେ କଟକଣା ଲାଗୁ କରାଯାଇଛି । ତେଣୁ ଜରୁରୀ କାର୍ଯ୍ୟ ପଡ଼ିଲେ ୧୦୦ ନମ୍ବରକୁ ଫୋନ କରି ପାସ ପାଇପାରିବେ । ଘରୋଇ କାମ ପାଇଁ କେହି ସଂସ୍ଥାର ପରିଚୟ ପତ୍ର ବ୍ୟବହାର କରନ୍ତୁ ନାହିଁ । ହୋଟେଲ, ଢ଼ାବା ଆଦି ଖୋଲାଯାଇ ପାରିବ କିନ୍ତୁ କେବଳ ପାର୍ସଲ ବ୍ୟବସ୍ଥା କରାଯିବ । ଆଇଟିରେ ୧୦% କର୍ମଚାରୀ କାମ କରିପାରିବେ । ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଓ ରାଉରକେଲାରୁ ସାପ୍ତାହିକ ସଟଡ଼ାଉନ ହଟେଇ ଦିଆଯାଇଥିବା ବେଳେ ଏଠାରେ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରାଯିବ । ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ତଥା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଓ ରାଉରକେଲା ଲକଡାଉନ ରହିବ ।