ଲକ ଡାଉନ୍ ବେଳେ ଓଡିଶା ଦିବସରେ ମହାମନିଷିଙ୍କୁ କେବଳ ପୁଷ୍ପାର୍ଘ : ସଭାସମିତି ବନ୍ଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜିର ଦିନରେ ଭାଷାଭିତ୍ତିକ ଓଡିଶା ପ୍ରଦେଶ ଗଠନ ହୋଇଥିବାରୁ ପ୍ରତ୍ୟେକ ଏପ୍ରିଲ ୧ ତାରିଖକୁ ଓଡିଶା ଦିବସ ଭାବେ ପାଳନ କରାଯାଇ ଆସୁଛି । କିନ୍ତ ଚଳିତବର୍ଷ କେବଳ ମହାମନିଷିଙ୍କ ଫଟୋଚିତ୍ର ଓ ମୂର୍ତ୍ତୀରେ ପୂଷ୍ପାର୍ଘ ଦିଆଯାଇଥିବା ବେଳେ କେଉଁଠିବି ସଭାସମିତି ହୋଇନଥିବା ଜଣାଯାଇଛି । କରୋନାର ପ୍ରଭାବରେ ଆଜି ଜଳେଶରର କୌଣସି ସଂଗଠନ ଓଡିଶା ଦିବସ ଧୁମ୍‌ଧାମ୍‌ରେ ପାଳନ କରିପାରିନଥିବା ଜଣାଯାଇଛି । ତଥାପି ପଶ୍ଚିମବଂଗ ଓ ଓଡିଶା ସୀମାରେ ଓଡିଶାର ହାଟପଦା ସେବାଶ୍ରମ ପରିସରରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତୀମୂର୍ତ୍ତିରେ ପୁଷ୍ପାର୍ଘ ଦିଆଯାଇଛି । ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଂପାଦକ କମଳ ଚକ୍ରବର୍ତ୍ତୀ, ହାଇକୋର୍ଟର ବରିଷ୍ଠ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ବରିଷ୍ଠ ଆଇନ୍‌ଜିବୀ ପତିତ ପାବନ ପ୍ରଧାନ, ମନୋରଂଜନ ଦାସ, ପୂର୍ବତନ ସରପଂଚ ସୁଦାମ ପାତ୍ର, କୁଆଁର ସିଂ, ସେବାଶ୍ରମୀ ପ୍ରଧାନ ଶିକ୍ଷକ ଅଜୟ ଗିରି, ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ ପ୍ରମୁଖ କରୋନା ଲାଗି ଘୋଷିତ ସାମାଜିକ ଦୂରତା ରକ୍ଷା କରି ପୁଷ୍ପାର୍ଘ ଦେଇଥିଲେ । ପରବର୍ତ୍ତୀ ସମୟରେ ଦୀନକୃଷ୍ଣ ସ୍ମୃତିପରିଷଦର ପ୍ରତିଷ୍ଠାତା ସଂପାଦକ ବିପିନ ବିହାରୀ ବିଶ୍ୱାଳ, ଓଷ୍ଟାର ବ୍ଲକ ସଂପାଦକ ଡ. ଅଜିତ୍ କୁମାର ମହାନ୍ତି, ସମାଜସେବୀ ଶରତ ପରିଡା, ରବିନ୍ଦ୍ର ବାରିକ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ସେହିପରି ଜଳେଶ୍ୱର କୋର୍ଟ ପରିସରରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମଧ୍ୟ ଉପରୋକ୍ତ ବ୍ୟକ୍ତିମାନେ ପୁଷ୍ପ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବାର୍ ସଭାପତି ନିତ୍ୟଗୋପାଳ ଦାସ, ଅନ୍ୟତମ ପୂର୍ବତନ ସଭାପତି ଅନୀଲ କୁମାର ପରିଡା, ଗିରିଜା କିଂକର ଦାସ ଓ ଅନ୍ୟ କେତେକ ବରିଷ୍ଠ ଆଇନ୍‌ଜିବୀ ପୁଷ୍ପ ପ୍ରଦାନ ଓ ସମ୍ମାନ ପ୍ରଦାନ କରିଥିଲେ । ଜଳେଶ୍ୱରର କୌଣସି ସ୍ଥାନରେ ସଭାସମିତି ମାନ ଅନୁଷ୍ଠିତ ହୋଇନଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା