

ମାର୍କଣ୍ଡି/ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡ। ବ୍ଲକ ଅନର୍ଗତ ମାର୍କଣ୍ଡି ଗ୍ରାମର ଲୋକେ ଲଗାଣ ବର୍ଷା ଯୋଗୁଁ ଜୀବନ ଅସ୍ତବ୍ୟସ୍ତ ହେଇଥିବା ଜଣାପଡିଛି । ସମୁଦ୍ର ଓ ନଦୀ ମଧ୍ୟ ଭାଗରେ ଚାରିଆଡେ ପାଣି ଘେର ମଧ୍ୟଭାଗରେ ଏହି ମାର୍କଣ୍ଡି ଗ୍ରାମଟି ରହିଥିବାରୁ ଲୋକେ ଯିବାଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସମୁଦ୍ର ଓ ନଦୀ ମଝିରେ ବିପଦରେ ଗ୍ରାମବାସୀ ରହୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ବହୁଦିନ ତଳେ ଛୋଟିଆ ପୋଲଟି ତିଆରି ହୋଇଥିଲା । ବର୍ତ୍ତମାନ ତାହା ଭଗ୍ନ ଅବସ୍ଥାରେ ରହିଛି । ଗତ ୫ ବର୍ଷ ହେବ ଏକ ସ୍ଥାୟୀ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ସମୂର୍ଣ୍ଣ ହୋଇପାରୁନାହିଁ । ବର୍ଷା ହେଲେ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାଆସିବାରେ ସମ୍ପୂର୍ଣ୍ଣ ଠପ ହୋଇଯାଉଛି । ଏହାସହ ରୋଗୀମାନେ ବର୍ଷା ହେଲେ ଚିକିତ୍ସା ପାଇଁ ଚିକିତ୍ସାଳୟ ନ ଯାଇପାରି ମୃତ୍ୟୁବରଣ କରୁଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି । ତେଣୁ ବନ୍ଦ ହୋଇ ରହିଥିବା ପୋଲ କାମ ଶୀଘ୍ର ଆରମ୍ଭ କରିବା ପାଇଁ ବହୁବାର ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାସହ ଗ୍ରାମ ମୁଖିଆ ଶରତ ଚନ୍ଦ୍ର ବେହେରା, ଏମ. ରଘୁନାଥ, ବାଲାଜି ବେହେରା, ସୋନଜ କୁମାର ସାହୁ, ପି. ନାରୀସୁମୁଲୁ ରେଡ୍ଡୀ, ବି. ରୁଦେରେୟା ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସବୁ ସମସ୍ୟାର ସମାଧାନ କରାଯାଉ ବୋଲି ଦାବୀ କରିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା

