


ଗୁମ୍ମା (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଗ୍ରାମରେ ଆଜି ଭୋର ସକାଳ ୭ .୧୫ସମୟରେ ପାଖ ମୁଖଲିଙ୍ଗ ପର୍ବତରୁ ଧସେଇ ହୋଇ ୨୦ଟି ଘର ପୁରା ଭାଙ୍ଗି ଯାଇ ଥିବା ବେଳେ ଆଉ ୨୦ଟି ଘର ଅଳ୍ପ ନଷ୍ଟ ହୋଇଯାଇଥିବା ସହ ୧୫୦ରୁ ଉର୍ଦ୍ଧ୍ୱ ଗାଇ, ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାଟି ଆଉ ଟିକେ ରାତ୍ର ସମୟରେ ହୋଇଥିଲେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା । ଘଟଣା ବିଷୟରେ ବଡକଳାକୋଟ ସରପଞ୍ଚ ଅଗଷ୍ଟିସ ଗମାଙ୍ଗ ବ୍ଲକ ପ୍ରଶାସନକୁ ଖବର ଦେବାପରେ ବିଡ଼ିଓ ନଟବର ଗରଡ଼, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପାଧ୍ୟକ୍ଷ ଗିତାଞ୍ଜଳି ରଇତ, ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝି ସେମାନଙ୍କୁ ପାଖ ଚର୍ଚ୍ଚରେ ରଖି ଖାଇବା ବ୍ୟବସ୍ଥା କରାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା








