
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜୋଆଦ୍ର ବିଭିଷିକାରେ ଜଳେଶ୍ୱର ଅଞ୍ଚଳର ହଜାର ହଜାର ହେକ୍ଟର ଜମିର ଫସଲ ଉଜୁଡି ଯାଇଛି । ଧାନଚାଷ ବ୍ୟତିତ କୋବି, ବାଇଗଣ, ଭେଣ୍ଡି, ଝୁଡଙ୍ଗ, ଟମାଟୋ, ସାଗ, ଆଳୁ, ସୁରିଶ, ମୁଗ, ଚିନାବାଦାମ ଚାଷର ବ୍ୟାପକ କ୍ଷତୀ ଘଟିଛି । ସରକାରୀ ଓ ବେସରକାରୀ ଋଣ ସୁଝିବା ଚାଷୀଙ୍କ ପକ୍ଷେ କଷ୍ଟସଧ୍ୟ ଯୋଗୁଁ ସିପିଏମ୍ ଓ ଓଡିଶା କୃଷକ ସଭା ପକ୍ଷରୁ ବିଭିନ୍ନ ଅଂଚଳ ବୁଲି କ୍ଷୟକ୍ଷତିିର ସମୀକ୍ଷା କରାଯାଇଥିଲା । ସରକାରୀ ଭାବେ ଧାନ ଓ ପରିବାର କ୍ଷତିକ୍ଷତି ତୁରନ୍ତ ଆକଳନ କରାଯାଉ । ଧାନ ଫସଲ ପାଇଁ ଏକର ପ୍ରତି ୨୦ ହଜାର ଓ ଅର୍ଥକାରୀ ଫସଲ ଲାଗି ଏକର ପ୍ରତି ୨୫ ହଜାର ଟଙ୍କା ଦେବା ସହିତ କୃଷି ଋଣ ଛାଡ କରିବାକୁ ସିତାଂଶୁ ସେନାପତି, ଦିଲ୍ଲିପ ଗିରି, ରବିନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ସିଂ, ନରେନ୍ ସିଂ, ଜତନି୍ ସିଂ ପ୍ରମୁଖ ୬ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲ କାର୍ଯ୍ୟାଳୟରେ ହସ୍ତାନ୍ତର କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା