

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ଜଳସେଚନ ପ୍ରକଳ୍ପ କଲୋନୀ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଲଭ୍ ଟୁ ଲାଇଫ୍ ସଂଗଠନର ପ୍ରଥମ ବାର୍ଷିକ ଅଧିବେସନ ଅନୁଷ୍ଠିତ ହୋଇଯାଇଛି । ସଭାପତି ସନ୍ତୋଷ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ପ୍ରଶାନ୍ତ କୁମାର ମହାଙ୍କୁଡ ବାର୍ଷିକ ବିବରଣୀ ପାଠ କରିଥିଲେ । ଅସହାୟ ଅସହାୟାମାନଙ୍କୁ ସାହାଯ୍ୟର ହାତ ବଢାଇ ସେମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବାହିଁ ଏହି ସଂଗଠନର ମୁଖ୍ୟ ଆଭିମୂଖ୍ୟ ରହିଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପିଣ୍ଟୁ ବାଡତ୍ୟା, ବାପି ପ୍ରଧାନ, ଉମାଶଙ୍କର ବାଡତ୍ୟା, ସଞ୍ଜୟ କୁମାର ବାଡତ୍ୟା, ସତ୍ୟନାରାୟଣ ମିଶ୍ର, ନୀଳାଞ୍ଚଳ ସାହୁ, ଆଦିତ୍ୟ କୁମାର ପାଢି, ରାଜ୍ କୁମାର ଗୌଡ, ବାଙ୍କ ପାଇକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା