ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସୋରିସିଅପଡା ପଞ୍ଚାୟତ ସିମିଳିଆ ଗ୍ରାମରେ ଲର୍ଡ ସ୍ଵେଚ୍ଛାସେବୀ ସଙ୍ଗଠନ, ଢେଙ୍କାନାଳ ତରଫରୁ ଏକ କୋଭିଡ ୧୯ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ କୋଠାଘର ଠାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସୋରିସିଅପଡା ପଞ୍ଚାୟତର ସରପଞ୍ଚ କେଶବ ବେହେରାଙ୍କ ଉପସ୍ଥିତିରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ମାସ୍କ, ସାବୁନ ଶୁଖିଲା ଖାଦ୍ୟ ବଣ୍ଟନ ଓ ଗ୍ରାମରେ ଛୁଆ ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା ବୋଲି ସଂଗଠନର ନିର୍ଦେଶକ ଭାରତ ଭୂଷଣ ବେହେରା ସୂଚନା ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୧୫୦ରୁ ଉର୍ଦ୍ଧ୍ଵ ଆଦିବାସୀ ପୁରୁଷ ଓ ମହିଳା ମାନେ ଯୋଗଦାନ କରିଥିଲେ । ସଙ୍ଗଠନର ନିର୍ଦେଶକ ଶ୍ରୀ ବେହେରା ସାବୁନରେ କେମିତି ହାତ ଧୁଆ ହେବ, ମାସ୍କ ବ୍ୟବହାର, ସାମାଜିକ ଦୁରତା ବିଷୟରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନତା କରାଇଥିଲେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସଙ୍ଗଠନର ନିର୍ଦେଶକଙ୍କୁ ଡୋରିସିଅପଡା ପଞ୍ଚାୟତରେ ଆଦିବାସୀ ବହୁଳ ଗ୍ରାମ ଅଛି ଯୋଉଠି କି ସେମାନେ ଠିକରେ ଖାଇବାକୁ ପାଉନାହାନ୍ତି ସେଠାରେ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭ୍ୟ ଓ ସଭ୍ୟା ଶ୍ରୀମତୀ ସୁଭଶ୍ରୀ ବେହେରା, ଝରଣା ବେହେରା, ଜଗନ୍ନାଥ ସ୍ୱାଇଁ, ଅମର ପ୍ରଧାନ, ଓ ସୂର୍ଯ୍ୟକାନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗ।ମି ଦିନ ମାନଙ୍କରେ ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ, ଗଁଦିଆ ବ୍ଲକ ଓ କାମାକ୍ଷ୍ୟାନଗର ବ୍ଲକରେ କୋଭିଡ୧୯ ସଚେତନତା କାର୍ଯ୍ୟକ୍ରମ ଓ ସାବୁନ, ମାକ୍ସ, ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ସଙ୍ଗଠନର ନିର୍ଦ୍ଦେଶକ ଭାରତ ଭୂଷଣ ବେହେରା ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ : ଶୁଭମ ପାଣି