

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଵ୍ରହ୍ମପୁର ସ୍ଥାନୀୟ ବିର ବ୍ରହ୍ମେନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ ଲଳିତା କଲଚୁରାଲ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଵ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜୁ ଜନତା ଦଳର ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର, ସମାଜ ସେବୀ ଉଦୟ କୁମାର ବେହେରା, କୈଳାସ ବିଷୋୟୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବେଙ୍ଗାଲୋରର ଯୁବ ଗାୟକ ମୈଥିଲି ସରନ କଣ୍ଠଦାନ କରିବା ସହିତ ଜିନସ୍ଥାର ବେଣ୍ଡ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟ କଣ୍ଠଶିଳ୍ପୀ ମଧ୍ୟରେ କୁମାରୀ ବିଦିଶା ପାତ୍ର, କାମେଶ୍ୱର ଓ ଅଭିନାଶ ସଙ୍ଗୀତ ଗାନ କରିଥିଲେ । ଏହାସହ ଲଳିତା ଡ୍ୟାନ୍ସ ଏକାଡେମୀର କୁନି କୁନି କଳାକାର ମାନେ ନିଜର ନୃତ୍ୟ ପରିବେଷଣ କରିଥିଲେ । ଏକାଡେମୀର ମୁଖ୍ୟ ଭି ଚନ୍ଦ୍ରକଳା ଓ ସାଇ ବାବା ଏବଂ ସୂର୍ଯ୍ୟ ନାରାୟଣ ପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ଏକାଡେମୀର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


