ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ଲହଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମନ୍ତଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ବିଧାୟକ ସରୋଜ କୁମାର ସାମଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସୁନାଗରିକ ଓ କର୍ତ୍ତବ୍ୟ ନିଷ୍ଠା ହେବା ପାଇଁ ପରାମର୍ଶ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମନ୍ତ, ଗନ୍ଦିଆ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଭୂୟାଁ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟ କଦଣ୍ଡଧର ସାହୁ ଯୋଗଦାନ କରିଥିଲେ । ଲହଡା ଗ୍ରାମର ବରିଷ୍ଠ ନାଗରିକ ଶରତ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାଶୀପୁର ଗ୍ରାମପଂଚାୟତର ସରପଂଚ ଦେବେନ୍ଦ୍ର କୁମାର ଆଏଚ, ଏସଏମସି ଚେୟାରମ୍ୟାନ ବେଶୁଧର ଧଳ, କ୍ରୀଡା ପ୍ରେମୀ ତୁଷାରକାନ୍ତ ବରାଳ, ଗଗନ ବିହାରୀ ସାହୁ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷକ ଅକ୍ଷୟ କୁମାର ମିଶ୍ର, ଶ୍ରୀକାନ୍ତ ପ୍ରଧାନ, ବୀରେନ୍ଦ୍ର ସାମନ୍ତ, ସିଆରସିସି ଗୌରହରି ଭୋଇ, ଅଭୟ ଚରଣ ପାଣିଗ୍ରାହୀ ଯୋଗଦାନ କରିଥିଲେ । ଭାଲିଆପାଟ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ଖୁଣ୍ଟିଆ, କାର୍ଯ୍ୟାଳୟ ସହଯୋଗୀ ପରେଶ କୁମାର ବାରିକ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ଦୀନେଶ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୋଷ୍ଠୀ ଶିକ୍ଷକ ଧୀରେନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ଶିକ୍ଷକ ସଞ୍ଜୟ କୁମାର ଦାସ, ଏସଏମସିର ସଦସ୍ୟ ସଦସ୍ୟା ଓ ଶକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ବାଳକ ବିଭାଗରେ ଜିତୁ ସାହୁ ଓ ବାଳିକା ବିଭାଗରେ ବର୍ଷାରାଣୀ ମଳିକ ଚଳିତ ବର୍ଷର ଚମ୍ପିୟାନ ହୋଇଥିଲେ । ଅଷ୍ଟମ ଶ୍ରେଣୀର ଛାତ୍ର ସୁବ୍ରତ ଧଳ ବିଦ୍ୟାଳୟର ଶ୍ରେଷ୍ଠ କୃତି ଛାତ୍ରମାନେ ସମ୍ମାନିତ ହୋଇଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।ଏହାପରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି