ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମର ୩୬ ନମ୍ବର ୱାର୍ଡ ଲାଂଜିପାଲ୍ଲୀ ଉମାନଗର ୪ର୍ଥ ଲାଇନରେ ଦୀର୍ଘ ୧୭ବର୍ଷରୁ ଆଜି ଯାଏଁ ସାହିବାସିନ୍ଦା ପ୍ରତି ନିର୍ବାଚନରେ ଭୋଟ ଦେଇ ଆସୁଥିବା ବେଳେ ବିଜୟୀ ପ୍ରାର୍ଥୀ ଏହି ସାହି ପ୍ରତି ଦୃଷ୍ଟି ଦେଉନଥିବା ଓ ଆଜି ସୁଦ୍ଧା ଭଲ ରାସ୍ତାଟିଏ ହୋଇ ପାରୁ ନ ଥିବା ସେମାନେ ଅଭିଯୋଗ କରୁଛନ୍ତି । ଅନେକ ବର୍ଷ ପରେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ ପାଣିଗ୍ରାହୀ ଗତ ମାର୍ଚ୍ଚ ମାସ ପହିଲାରେ ତରବରିଆ ଭାବେ ରାସ୍ତା କାମର ଉଦଘାଟନ କରି ଫଳକଟିଏ ପୋତି ଦେଇ କାମ ସାରିଦେଇଥିଲେ ସୁଦ୍ଧା ୬ ମାସ ଇତି ମଧ୍ୟରେ ଶେଷ ହୋଇଥିଲେ ମଧ୍ୟ ରାସ୍ତାରେ ମାଟି ମୁଠାଏ ପଡି ନ ଥିବା ଅଞ୍ଚଳବାସିଙ୍କୁ ନିରାଶ କରିଛି । ପାନୀୟ ଜଳ କଥା ବାରମ୍ବାର ଜନସ୍ୱାସ୍ଥ୍ୟ ବିଭାଗକୁ ଜଣାଯାଇଥିଲେ ବି ଯାନିବିଲିରୁ ପାଣି ଆସିବ ବୋଲି କହୁଛନ୍ତି ହେଲେ ପାଇପ ପଡ଼ିନାହିଁ କି ଖୋଳା ଯାଇନାହିଁ । ଏଭଳି ପ୍ରତିଶୃତି ପରେ ପ୍ରତିଶୃତି ଶୁଣି ଶୁଣି ଦେହସୁହା ହୋଇ ସାରିଲାଣି, ହେଲେ ଭୋଟର ମାନେ ଭୋଟ ଦେଉଥିବା ବେଳେ ସେମାନଙ୍କୁ ଏଭଳି ଭୁଆଁ ବୁଲାଇବା ଉଚିତ ନୁହେଁ ବୋଲି ଅଭିଯୋଗ ହୋଇଛି । ମହାନଗର ନିଗମ ଓ ଜନସ୍ୱାସ୍ଥ୍ୟ ବିଭାଗ କେବେ ଏହି କାର୍ଯ୍ୟ କରିବ ଦେଖିବାକୁ ବାକି ରହିଲା ବୋଲି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅବନୀ ଗୟା, ସସ୍ମିତା ବେହେରା, ଅର୍ପିତା ପ୍ରିୟ ଦର୍ଶୀନୀ, ଜି.ଶୁଭଙ୍କର, ଜି.ତାରିଣୀ ପ୍ରମୁଖ ସ୍ଥାନୀୟବାସିନ୍ଦା ଘୋର ଉଦବେଗ ପ୍ରକାଶ କରି ମିଡ଼ିଆ ମାଧ୍ୟମରେ ଏ ସମସ୍ତ ସମସ୍ୟାକୁ ଅତି ଶୀଘ୍ର ସମାଧାନ କରିବାକୁ ନେତା ମାନଙ୍କୁ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା