ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘର ନବମ ବାର୍ଷିକ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ, ସମ୍ମାନିତ ଅତିଥି ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଭାଜପା ଜିଲ୍ଲା ସଭାପତି କାହ୍ନୁଚରଣ ପତି, ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ନଗର ସଭାପତି ପ୍ରମୋଦ ଜେନା, ଇଂ. ଭି.କ୍ରିଷ୍ନା ରାଓ, ମଧୁମେହ ବିଶେଷଜ୍ଞ ଡା. ସୁନୀଲ କୋଟା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରେ ସଂଘ ଦାବି ଯଥା କର୍ମଚାରୀଙ୍କ ପାଇଁ ବୀମା ଏବଂ ଶ୍ରମିକ ପଞ୍ଜିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୃଦ୍ଧାଶ୍ରମରେ କମ୍ବଳ ବଣ୍ଟନ ନିଷ୍ପତ୍ତି ନିଆଯାଇଥିଲା । ସଦ୍ୟ ଓଏଏସ ପାଇଥିବା ଏ. ସ୍ନେହଲତାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୫୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସଂଘ ଅଧ୍ୟକ୍ଷ ଶ୍ୟାମ ପ୍ରସାଦ ପାଢ଼ୀ, ସଭାପତି ଜେ. ହରି ବାବୁ, ଉପସଭାପତି ଦୁର୍ଯ୍ୟ ଗୌଡ଼, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, କୋଷାଧ୍ୟକ୍ଷ ଜୟ କୃଷ୍ଣ ପଟ୍ଟନାୟକ, ଆଇନ ପରାମର୍ଶଦାତା ଦିଲୀପ କୁମାର ଷଡ଼ଙ୍ଗୀ ଏବଂ ଇସମାଇଲ ମହମ୍ମଦଙ୍କ ସମେତ ସଂଘର ଅନେକ କର୍ମକର୍ତ୍ତା ଓ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା