


ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ପରିଡା ପଞ୍ଚାୟତ ଅନ୍ତର୍ଗତ ସାନଗୁଡା ଗ୍ରାମରେ ଦୀର୍ଘ ଦିନ ହେବ ପିଇବା ପାଣିର ସମସ୍ୟା ଲାଗି ରହିଥିଲା । ସାନଗୁଡା ଗ୍ରାମରେ ଥିବା ଗୋଟିଏ ମାତ୍ର ନଳ କୁଅ ରହିଛି। ସେଇ ନଳ କୁଅଟିରୁ ଦୂଷିତ ନାଲି ପାଣି ବାହାରୁଥିବା ସତ୍ୱେ ସେଇ ପାଣିକୁ ଗ୍ରାମ ବାସି ବ୍ୟବହାର କରି ବିଭିନ୍ନ ରୋଗରେ ପୀଡିତ ହେଉଥିଲେ। ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ସରପଞ୍ଚଙ୍କୁ। ସରପଞ୍ଚ ବିଗତକାଲି ରାତିରେ ପୂର୍ବତନ ସରପଞ୍ଚ ସିମିୟ ମଣ୍ଡଳ,ବର୍ତମାନ ଥିବା ସରପଞ୍ଚ ପିନସ ରଇତ ଓ ପ୍ରବୀଣ ଲିମା ମିଳିତ ଭାବେ ଆସି ସମସ୍ୟା ବିଷୟରେ ଜଣାଇଥିଲେ ବିଜେଡି ଯୁବନେତା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀଙ୍କୁ। ସେ ଆଶ୍ୱସନା ଦେଇ କହିଲେ ଯେ ଆପଣ ମାନେ ଆସନ୍ତା କାଲି ସକାଳେ ଆସନ୍ତୁ। ମାତ୍ର ୧୨ ଘଣ୍ଟା ମଧ୍ୟରେ ସମସ୍ତ ପାଣି ଯୋଗାଣର ଟାଙ୍କି ପାଇପ ବିଭିନ୍ନ ଉପଯୋଗୀ ଜିନିଷ ଯୋଗାଇଦେଇଥିଲେ। ଆଜି କାର୍ଯ୍ୟ ଶେଷ କରିଥିେଲ ଓ ଶୁଭ ଉଦଘାଟନ ଜିଲ୍ଲା ପରିଷଦ ଅଧକ୍ଷ ଗବରା ତିରୁପତି ରାଓ ଙ୍କ ଦ୍ଵାରା କରାଯାଇଥିଲା, ସ୍ଥାନୀୟ ଗ୍ରାମ ବାସି ଇଞ୍ଜିନିଅର ରୁପେଶ ପାଣିଗ୍ରାହୀଙ୍କୁ ପାରଳା ସ୍ୱାଭିମାନ ମଞ୍ଚ କୁ କୃତଜ୍ଞତା ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ, ଖରାଡା ସରପଞ୍ଚ ଅଖିଳ ପାତ୍ର , ଦିପୁ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରିପୋର୍ଟ : କୃଷ୍ଣ କୁମାର ବେହେରା