ଲାଞ୍ଚ ନେଇ ଧରା ପଡ଼ିଲେ ସେକ୍ସନ ଅଫିସର

କେନ୍ଦ୍ରାପଡା(ସମୃଦ୍ଧଓଡିଶା)ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ଅଫିସର ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳ।ଜମିଜମା ସଂକ୍ରାନ୍ତୀୟ କିଛି କାଗଜପତ୍ର ପାଇଁ ତହସିଲ ଅଫିସରେ ଆବେଦନ କରିଥିଲେ କଷଣଅଣ୍ଟା ଗାଁରେ ବିଘ୍ନେଶ ଦାସ। ତେବେ ସେଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳ। ଏନେଇ ବିଘ୍ନେଶ ଦାସ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ପ୍ରକାରେ ଆଜି ବିଘ୍ନେଶ ଦାସ ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଜନ୍ ୱିଲିୟମ ବରାଳ ଲାଞ୍ଚ ଅର୍ଥ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।