ଲାଞ୍ଜିପଲ୍ଲୀରେ ଶ୍ରୀ ଶ୍ରୀ ଶ୍ରୀ ଗୌରୀଆମ୍ମାଙ୍କ ଯାତ୍ରା:ଚଳିତ ବର୍ଷ ପାଇଁ ନୂତନ ପରିଚାଳନା କମିଟି ଗଠନ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁରସ୍ଥିତ ଲାଞ୍ଜିପଲ୍ଲୀରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା କୁମାରପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇ ବେଶ ଜାକଜମକରେ ଚାଲିଛି । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ଦୈନନ୍ଦିନ ପଇଁତରା ମାରୁଛନ୍ତି । ଏହି ଯାତ୍ରା ବୋଇତଭାଷଣ ତଥା କାର୍ତ୍ତିକ ପୂର୍ଣ୍ଣିମାଦିନ ଶେଷ ହେବ ।ପୂର୍ଣ୍ଣମା ରୁ ପୂର୍ଣ୍ଣମା ଏକମାସ ଧରି ଚାଲୁଥିବା ଏହି ଯାତ୍ରାର ଆବାଳ ବୃଦ୍ଧ ବାନିତା ବେଶ ମଜାନେଉଛନ୍ତି । ଏହି ଐତିହାସିକ ଯାତ୍ରା କେଉଁ ଅବାହନକାଳରୁ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଆସୁଛି । କୁହାଯାଉଛି ଦେଢ଼ଶହ ବର୍ଷତଳୁ ଏହି ଯାତ୍ରାର ମାହାତ୍ମ୍ୟ ଅଦ୍ୟାବଧି ଜୀବନ୍ତ ହୋଇରହିଛି । ପୁରୁଣା ରୀତିନୀତିରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ବିଭିନ୍ନ ଆଡୁ ଭକ୍ତମାନଙ୍କର ସୁଅ ଛୁଟୁଥାଏ । ଗୌରୀଆମ୍ମାଙ୍କୁ  ସନ୍ତୁଷ୍ଟ କରିବା ପାଇଁ ଦୈନନ୍ଦିନ ନାଟକ ଥିଏଟର ଆଦି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ଫଳରେ ଏହାର ମଜାନେବା ପାଇଁ ବହୁ ସଂଖ୍ୟାରେ ଜନସମାଗମ ହୋଇଥାଏ । ଜନସମାଗମ ଅଧିକ ହେଲେ ମାଁ ସନ୍ତୁଷ୍ଠ ହୁଅନ୍ତି ବୋଲି ପ୍ରବାଦ ରହିଛି । ଭକ୍ତଙ୍କ ମନସ୍କାମନା, ବିପଦରୁ ଉଦ୍ଧାର କରିବା, ସୌଭାଗ୍ୟ ବୃଦ୍ଧି କରିବା ଆଦି କ୍ଷେତ୍ରରେ ମାଁଙ୍କର ବଳିଷ୍ଠ ଆଶୀର୍ବାଦ ରହିଥାଏ ବୋଲି ଦୃଢ ବିଶ୍ୱାସ ରହିଛି । ଶ୍ରୀ ଶ୍ରୀ ଶ୍ରୀ  ଗୌରୀଅମ୍ମାଙ୍କ ଜଣେ ପରମ ଭକ୍ତ ତଥା ଏହି ଅଞ୍ଚଳର ଜଣାଶୁଣା ସମାଜସେବୀ, ଗରିବ ନିଷ୍ପେସିତ, ଅସହାୟ ଲୋକଙ୍କ ବନ୍ଧୁ ଡ଼ଃ ଭଗବାନ ଗନ୍ତାୟତଙ୍କ ପ୍ରତକ୍ଷ ତତ୍ୱାବଧାନରେ ମା’ଙ୍କ ଯାତ୍ରା ବେଶ ସୁଚାରୁରୂପେ ଚାଲିଥାଏ ବୋଲି କୁହାଯାଉଛି । ଏ ବର୍ଷ ଚାଲିଥିବା ଏହି ଯାତ୍ରାକୁ ଆହୁରି ରଙ୍ଗବେରଙ୍ଗ କରି ମାଁଙ୍କ ଆଶିଷରେ ଆହୁରି ସୁନାମ ଆଣିବା ପାଇଁ ଏକ କ୍ରିୟାଶୀଳ କମିଟି ଗଠନ କରାଯାଇଛି । ମନୋଜ କୁମାର ସାବତ କମିଟି ସଭାପତି ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ଜି ରାମରାଓଙ୍କ ମନୋନୀତ କରାଯାଇଛି । ବି ଗାନ୍ଧୀ ରେଡ୍ଡୀ ସମ୍ପାଦକ, କେ ଧର୍ମା ରାଓ ସହ ସମ୍ପାଦକ, ଏସ ଜଟେଶ୍ୱର ରେଡ୍ଡୀ କୋଷାଧକ୍ଷ, ଜି ଲୋକନାଥ ରେଡ୍ଡୀ, ଡି କାଳୁ ରେଡ୍ଡୀ, ଅଶୋକ କୁମାର ପଟ୍ଟନୟକ, ବି ସୀମାଦ୍ରୀ ରେଡ୍ଡୀ ପ୍ରମୁଖଙ୍କୁ ସଭ୍ୟରୂପେ ମନୋନୀତ କରାଯାଇ ଯାତ୍ରା କିପରି ସୁରୁଖୁରରେ , ସୁନ୍ଦର ଭାବରେ ଚାଲିବ ତାହା ଉପରେ ଏହି ପରିଚାଳନା କମିଟି ନଜର ରଖିବାପାଇଁ ସ୍ଥିରୀକୃତ ହୋଇଛି ।  ଯାତ୍ରା କମିଟିର ଉପଦେଷ୍ଠା ଭାବେ କେ ନାଗରାଜ ରାଓ, ପି ଶଙ୍କର ରେଡ୍ଡୀ, ପି ବଗାଶ ରେଡ୍ଡୀ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଯାତ୍ରାକୁ ସୁପରିଚାଳନା କରିବା ପାଇଁ ଓ ମାଁଙ୍କ କୃପା ଭିକ୍ଷା କରି ଯାତ୍ରା ସୁନ୍ଦର କରିବା ପାଇଁ ପରମ ଭକ୍ତ ଡ଼ଃ ଭଗବାନ ଗନ୍ତାୟତ ନିବେଦନ କରିଛନ୍ତି ।

ରିପୋର୍ଟ: SMIT ରୁ ରବି ପଟ୍ଟନାୟକ, ନିମାଇଁ ଚରଣ ପଣ୍ଡା