ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଵ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ନିକଟସ୍ଥ ବାଇପାସ ଅକ୍ସଫୋର୍ଡ଼ (bypass oxford) ସ୍କୁଲ ସମ୍ମୁଖରେ ଆଜି ଏକ ଗୁଳି କାଣ୍ଡ ଘଟିଛି । ଏଥିରେ ଆସ୍କା ସହର କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନାଙ୍କ ସମେତ ତାଙ୍କ ସହଯୋଗୀ ଅନୀଲ ସ୍ବାଇଁଙ୍କୁ ଗୁଳି ବାଜିଛି । ମୋନାଜଙ୍କ ଦେହରେ ୩ଟି ଗୁଳି ବାଜିଥିବା ବେଳେ ଦୁର୍ବୁତ୍ତମାନେ ତାଙ୍କ ବେକକୁ ଅତି ନିର୍ମମ ଭାବେ କାଟି ଦେଇଛନ୍ତି । ସେହିପରି ମୋନାଜଙ୍କ ସହଯୋଗୀ ଅନିଲଙ୍କ ହାତରେ ଗୁଳି ବାଜିଥିବା ବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଵ୍ରହ୍ମପୁର ବଡ ମେଡିକାଲ ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାପରେ ମନୋଜଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରି ଦିଆଯାଇଛି । ସୂଚନା ଅନୁଯାୟୀ ମୋନାଜ ଆଜି ଭୁବନେଶ୍ୱର ସକାଳେ ଯାଇ ଵ୍ରହ୍ମପୁର ଫେରୁଥିଲେ । ଵ୍ରହ୍ମପୁରରେ ରାତ୍ରିଯାପନ ପରେ ସେ ସକାଳେ ଆସ୍କା ଯିବାର କାର୍ଯ୍ୟକ୍ରମ ଥିଲା । ଵ୍ରହ୍ମପୁରକୁ ପହଞ୍ଚିବା ପୂର୍ବରୁ ଅର୍ଥାତ ଲାଞ୍ଜିପଲ୍ଲୀ ବାଇପାସ (bypass) ନିକଟରେ ନିଜ ଚାରିଚକିଆ ଗାଡି ରଖି ପରିସ୍ରା ପାଇଁ ଗାଡିରୁ ଓହ୍ଲାଇବା ମାତ୍ରେ ପୂର୍ଵ ଯୋଜନା ମୁତାବକ ୬ ଜଣ ଯୁବକ ବାଇକରେ ଆସି ପ୍ରଥମେ ମନୋଜଙ୍କୁ ଗୁଳି କରିଥିଲେ । ପରେ ତାଙ୍କ ବେକକୁ ଭୁଜାଳିରେ କାଟି ଦେଇଥିଲେ । ତୁରନ୍ତ ୩ଟି ଗୁଳି ମନୋଜଙ୍କ ଶରୀରରେ ମାଡ କରିଥିଲେ । ଏହି ସମୟରେ ନିକଟରେ ଥିବା ମନୋଜଙ୍କ ସହଯୋଗୀ ଅନିଲ ସ୍ବାଇଁଙ୍କ ଉପରକୁ ମଧ୍ୟ ଗୁଳି ମାଡ କରିଥିଲେ ଦୁର୍ବୁତ୍ତ ମାନେ । ପରେ ଉଭୟଙ୍କୁ ଵ୍ରହ୍ମପୁର ମେଡିକାଲ ଅଣାଯାଇଥିଲା । ଦୁର୍ବୁତ୍ତମାନେ ଗୁଳି କାଣ୍ଡ କରି ଫେରାର ହୋଇଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଗୋଳନ୍ଥରା ଗ୍ରାମ ନିକଟରେ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲେ । ସେଠାରେ ଆହତ ହୋଇ ଦୁଇ ଜଣ ଦୁର୍ବୁତ୍ତ ବନ୍ଧୁକ ଏବଂ ଗାଡି ଛାଡି ଫେରାର ହୋଇ ଯାଇଥିଲେ । ପରେ ଗ୍ରାମବାସୀ ବନ୍ଧୁକ ଏବଂ ଗାଡି ଗୋଳନ୍ଥରା ପୋଲିସକୁ ହସ୍ତାନ୍ତର କରିଥିଲେ । ସୂଚନାଯୋଗ୍ୟ ଯେ ଆକ୍ରମଣର ଶିକାର ମନୋଜଙ୍କ ନାମରେ ଦୁଇଟି ହତ୍ୟା ମାମଲା ରହିଛି । ସେ ଆସ୍କା ଅଂଚଳର ଜଣେ ବଡ ମଦ ବ୍ୟବସାୟୀ ଭାବେ ପରିଚିତ । ଆସ୍କା ପୂର୍ବତନ ଡନ ମୃତ ସୁଦର ପରିଡାଙ୍କ ମନୋଜ ଜଣେ ଭଲ ବନ୍ଧୁ ଥିଲେ । ମନୋଜ ଜେନା କିଛି ବର୍ଷ ହେଲା ରାଜନୀତି ଆଡକୁ ମନ ବଳାଇ ଆସ୍କା କଂଗ୍ରେସରେ ଯୋଗଦାନ କରିଥିଲେ । ପରେ କଂଗ୍ରେସ ଦଳ ତାଙ୍କୁ ଆସ୍କା ପାଇଁ ବିଧାୟକ ଟିକେଟ ଦେଇଥିଲା । ମନୋଜଙ୍କୁ ଆସ୍କା ଅଂଚଳର ଅପରାଧୀ ନା ଵ୍ରହ୍ମପୁର ସହରର ଅପରାଧି ଆକ୍ରମଣ କରିଛନ୍ତି ସେ ନେଇ ଖୋଲତାଡ଼ ଆରମ୍ଭ ହୋଇଛି । ମନୋଜଙ୍କୁ ଆଜି ମାରିବା ପାଇଁ ଯୋଜନା ହୋଇଥିଲା ବୋଲି ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା