

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ସ୍ଥିତ ଲାଞ୍ଜିପଳି ଓ କମାପୁଲି ଯୁବ ସଂଘ ତରଫରୁ ରୁପେଶ୍ କୁମାର ପଣ୍ଡା ଓ ଅର୍ଜୁନ ଜେନାଙ୍କ ନେତୃତ୍ୱରେ ପୁଲୱାମାରେ ସହିଦ ହୋଇଥିବା ଭାରତୀୟ ସେନାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ ଏକ ବିଶାଳ କେଣ୍ଡଲ ଶୋଭାଯାତ୍ରା କରିବା ସହ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ମୁଖ୍ୟତଃ ଲାଞ୍ଜିପଲ୍ଲି ମୁନିସିପାଲଟି କଲୋନୀରୁ ବାହାରି କମାପୁଲି ରାମନଗର ହୋଇ ପୂର୍ବ ନିର୍ଦ୍ଧାରିତ ସଭା ସ୍ଥଳ କମାପୁଲି ପୁରୁଣା ମାଛ ମାର୍କେଟ ଠାରେ ପହଞ୍ଚିଥିଲା । ଯେଉଁଠି ମଞ୍ଚରେ ଅଶୋକ ନଗର କର୍ପୋରେସନ ସୁରେନ୍ଦ୍ର ମହାରଣା, ଲାଞ୍ଜିପଲି କର୍ପୋରେସନ ଶ୍ରୀମତୀ ରଶ୍ମିତା ପାତ୍ର, ଯୁବ ବିଜେଡି କର୍ମୀ ଡେନି ସହ ଏକ୍ସ ଆର୍ମି ଗଞ୍ଜାମ ସଂଘ ତରଫରୁ ଦୁର୍ଗା ପଣ୍ଡା, ଜି. ବି ଦାସ, ନାଗେଶ୍ଵର ପାତ୍ର, କୈଳାଶ ଚନ୍ଦ୍ର ସାବତ ପ୍ରମୁଖ ଯୋଗ ଦେଇଥିଲେ । ସଭାକୁ ସୁମତି ମହାରଣା ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
