![ଲାୟନ୍ସ କ୍ଲବ ଢେଙ୍କାନାଳ କପିଳାସ ତରଫରୁ ଅତ୍ୟାବଶ୍ୟକ ଖାଦ୍ୟ ଶସ୍ୟ ବଣ୍ଟନ…](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-12-at-4.24.18-AM.jpeg?fit=1024%2C576&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-12-at-4.24.39-AM.jpeg?resize=640%2C360&ssl=1)
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଲାୟନ୍ସ କ୍ଲବ ଢେଙ୍କାନାଳ କପିଳାସ ତରଫରୁ ସ୍ଥାନୀୟ ଯଦୁପତି ବିହାର ଠାରେ “ଆଦୃତା” ନାମକ ଏକ ବାସହୀନ ଶିଶୁମାନଙ୍କ ପ୍ରତିଷ୍ଠିତ ଅନୁଷ୍ଠାନରେ କ୍ଳବ ତରଫରୁ ମାଗଣାରେ ଅତ୍ୟାବଶ୍ୟକ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି । କ୍ଳବ ସଭାପତି ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ କ୍ଲବର ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ନିରାଶିତ କୋମଳମତି ଛୋଟ ଛୋଟ ପିଲାମାନଙ୍କ ସାରା ସ୍ନେହ ଶ୍ରଦ୍ଧାର ବାର୍ତ୍ତା ଆବଣ୍ଟନ କରିବା ସହ ମୋଟ ୨୨୦ କିଲୋଗ୍ରାମ ଚାଉଳ, ଡାଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରିଥିଲେ । ଲାୟନ୍ସ ଜିଲ୍ଲା ୩୨୨ ସି ୫ର ଜିଲ୍ଲା ଗଭର୍ଣ୍ଣର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଆଭିମୁଖ୍ୟ ତଥା ଜିଲ୍ଲା ଜନସମ୍ପର୍କ ଅଧିକାରୀ କିଶୋର କୁମାର ଦାସଙ୍କ ପ୍ରତ୍ୟେକ୍ଷି ତତ୍ତ୍ୱାବଧାନ ମଧ୍ୟରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦିତ ହେବା ସହ “ଆଦୃତା” ତରଫରୁ ଲାୟନ୍ସ କ୍ଲବର ଏତାଦୃଶ କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଇଛି ।
ରିପୋର୍ଟ : ଶୁଭମ କୁମାର ପାଣି