

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ପବିତ୍ର ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାୟନ୍ସ କ୍ଳବ ଢେଙ୍କାନାଳ କପିଳାସର ସଭାପତି ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ କ୍ଲବର ସାଧାରଣ ସମ୍ପାଦକ ଜିତେନ୍ଦ୍ର ଶତପଥୀ, ଉପସଭାପତି ଚିତ୍ତରଞ୍ଜନ ସାହୁ, ଉପଦେଷ୍ଠା କିଶୋର କୁମାର ଦାସ ତଥା ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ସ୍ଥାନୀୟ ‘ଆଦୃତା ଶିଶୁ ସଦନ’ରେ ଅବସ୍ଥାପିତ କୋମଳମତି ଶିଶୁମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଢେଙ୍କାନାଳର ଯୁବରାଜ ସମ୍ମାନୀୟ ଅମରଜ୍ୟୋତି ସିଂହଦେଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅବସରପ୍ରାପ୍ତ ବିମାନ ଚାଳକ ବି.ଏସ.ସିଂହଦେଓ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପରୀପ୍ରେକ୍ଷୀର ସଂଯୋଗ କ୍ରମେ ଏହି ଦିବସରେ ‘ଆଦୃତା’ ଅନୁଷ୍ଠାନର ଜନ୍ମ ବାର୍ଷିକ ପାଳନ ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଦାନକାରୀ ତଥା ଲାୟନ୍ସ କ୍ଳବ ଢେଙ୍କାନାଳ କପିଳାସର ମିଳିତ ସହାୟତାରେ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ ଶିଶୁସମୂହ ତଥା ନିମନ୍ତ୍ରିତ ଅତିଥି ବର୍ଗଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସମ୍ମାନୀୟ ବସନ୍ତ କୁମାର ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅନୁଷ୍ଠାନ ଜନ୍ମ ଦିନର କେକ କାଟି କୁନି କୁନି ଅନ୍ତେବାସୀମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
Fantastic. Very prompt news.