
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଜୀବନବୀମା କାର୍ଯ୍ୟାଳୟରେ ଆଜି ଏଜେଣ୍ଟ ମାନଙ୍କ ପକ୍ଷରୁ ବିଭିନ୍ନ ଦାବି ନେଇ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ ହୋଇ ଯାଇଛି । ଏଜେଣ୍ଟ ମାନଙ୍କ କମିସନ ବୃଦ୍ଧି, କମିଶନ ବୋନସ୍, ଗ୍ରୁପ୍ ଇନୁସୁରାନ୍ସ, ଜିଏସ୍ଟି ଉଚ୍ଛେଦ, ମେଡିକାଲ ଇନ୍ସୁରାନ୍ସ ପ୍ରମୁଖ ଦାବୀ ନେଇ ଆଜି ଧର୍ମଘଟ ହୋଇ ଯାଇଛି । ଏଥିରେ ଅନାଦି ଚରଣ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଧର୍ମଘଟରେ ସଂପାଦକ ମନୋରଂଜନ ଦାସ, ସୁଜୟ କର, ତାପସ ଦାସ, ଅରୁଣ ଦାସ, ନିତାଇଲାଲ ଦେ, ମଧୁସୂଦନ ଦାସ, ଭାସ୍କର ମିଶ୍ର, ସରୋଜ ଜେନା, ପ୍ରତାପ ମହାନ୍ତି, ତପନ ପଣ୍ଡା ପ୍ରମୁଖ ବହୁ ଏଜେଣ୍ଟ ଧାରଣାରେ ବସିଥିଲେ । ଏଲ୍ଆଇସି ଡିଓ ପ୍ରଫୁଲ ଦାସ, ଅଜିତ୍ ଦାସ ପ୍ରମୁଖ ଉପସ୍ଥିତ ରହି ବୁଝାସୁଝା କରିଥିଲେ ।