ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀକୁ ନେଇ ରାଜନୀତି …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ନେଇ ଅଯଥା ରାଜନୀତି କରାଯାଉଥିବାରୁ ସାଧାରରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପାର୍ଥିପତ୍ର ଦାଖଲରୁ ଅସନ୍ତୋଷ ଲାଗିରହିଥିବାରୁ ବରକାଉନସିଲର ଏକ ୩ ଜଣିଆ ଟିମ ଗତକାଲି କଲେଜ ଅଧ୍ୟକ୍ଷ ଏନସି ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଏସମ୍ପର୍କରେ ବାରକାଉନସିଲର ଚେୟାରମ୍ୟାନଙ୍କ ନିକଟରରେ ରିପୋର୍ଟ ଉପସ୍ଥାପନ କରିବେ ବୋଲି ଦୀପକ ପଟ୍ଟନାୟକ କହିଥିଲେ । ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସମସ୍ତ ପଦବୀ ଅପ୍ରତିଦ୍ଵନ୍ଦୀ ଥିଲା । ପରେ ତିତିଲି ଯୋଗୁଁ ରାଜ୍ୟରେ ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରକାର ବାତିଲ କରିଥିଲେ । ତେବେ ଏହି କଲେଜର ସମସ୍ତ ପଦବୀ ଅପ୍ରତିଦ୍ଵନ୍ଦୀ ହୋଇଥିବାରୁ ନିର୍ବାଚିତ ଛାତ୍ରନେତାମାନେ କଲେଜର ସୁବର୍ଣ୍ଣ ଜୟନ୍ତୀ କରିବେ ବୋଲି ଅଡ଼ି ବସିଥିଲେ । ତେବେ ଅଧ୍ୟକ୍ଷ ଛାତ୍ରନେତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ । କଲେଜ ପକ୍ଷରୁ ଜୟନ୍ତୀ ଉତ୍ସବ ପାନ ପାଇଁ ଯୋଜନା କରାଯାଇଥିଲା । ଏହି ଉତ୍ସବରେ ଶାସନ ଦଳର କିଛି ଜନପ୍ରତିନିଧିଙ୍କୁ ଯୋଗଦେବା ପାଇଁ କଲେଜ କର୍ତ୍ତୃପକ୍ଷ ଯୋଜନା କରିଥିଲେ । ଏହାକୁ ଛାତ୍ରନେତା ତଥା ନିଦ୍ୱନ୍ଦରେ ନିର୍ବାଚିତ ଛାତ୍ର ସଂସଦକୁ ସଭାପତି ଚିନ୍ମୟ ହୋତା ବିରୋଧ କରିବା ସହ ତାଙ୍କର କିଛି ସମର୍ଥକଙ୍କ ସହ ବାର କାଉନସିଲକୁ ଏକ ଚିଠି ଲେଖିଥିଲେ । ଛାତ୍ର ନେତାଙ୍କ ଚିଠି ପାଇଁ ବାର କାଉନସିଲ ଏକ ଫ୍ୟାକ୍ଟର ଫାଇଣ୍ଡିଂ ଟିମ ଗତକାଲି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟକୁ ପଠାଇଥିଲେ । ବାରକାଉନସିଲ ସଦସ୍ୟ ଦୀପକ ପଟ୍ଟନାୟକଙ୍କ ନେତୃତ୍ୱରେ ମାନସ ଚାନ୍ଦ ଓ ପୱନ ଶର୍ମା ଆସି ଅଧ୍ୟକ୍ଷ ଏନସି ପଟ୍ଟନାୟକଙ୍କ ସହ ଆଲୋଚନ କରିଥିଲେ । ବାରକାଉନସିଲ ସଦସ୍ୟ ଦୀପକ ପଟ୍ଟନାୟକ କହିଛନ୍ତି ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟ ବାରକାଉନସିଲ ଅଧୀନରେ ଯାଉଛି ତେଣୁ ଛାତ୍ରମାନେ ଅଭିଯୋଗ କଲେ ବାରକାଉନସିଲ ହସ୍ତକ୍ଷେପ କରିବ । ନିୟମ ଅନୁସାରେ ସୁବର୍ଣ୍ଣ ଜିୟନ୍ତୀ ପାଳନ ହେବ ସେଥିପାଇଁ ଅଧ୍ୟକ୍ଷଙ୍କୁ କହିବାକୁ ପ୍ରକାଶ କରିଛନ୍ତି । ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ଟିମ ଯେଉଁ ତଥ୍ୟ ଚାହିଁଥିଲେ ଦିଆଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା