



ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ଭାରତୀ ସେଲିବ୍ରେସନ ଠାରେ ଲିଟିଲ୍ ଡ଼ାଇମଣ୍ଡ ଡ଼୍ୟାନ୍ସ ଷ୍ଟୁଡ଼ିଓ ପକ୍ଷରୁ ଗତ ନଭେମ୍ବର ୧୪ ତାରିଖରେ ମହାସମାରୋହରେ ଶିଶୁ ଦିବସ ପାଲନ ହୋଇଥିଲା । ‘ଆମେ ତ ଭାଗ୍ୟବାନ ପିଲାରେ’ ଶୀର୍ଷକକୁ ନେଇ ସହରର କୁନି କୁନି ଶିଶୁ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସୌଭାଗ୍ୟ ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଜିଲ୍ଲା ଗ୍ରନ୍ଥାଗାର ଅଧିକାରୀ ଅମୀୟ କୁମାର ଧଳ, ଜିଏନଇଡ଼ିର ଜୁନିୟର ଇଂଜିନିୟର ହିମାଂଶୁ ଭୂଷଣ ଜାଲି ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଲିଟିଲ୍ ଡ଼ାଇମଣ୍ଡ ଡ଼୍ୟାନ୍ସ ଷ୍ଟୁଡ଼ିଓର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଏମ୍. ରବିନ୍ଦ୍ର ରେଡ୍ଡି, ଦିବାକର ବିଷୋୟୀ, ମଧୁସ୍ମିତା ପଟ୍ଟନାୟକ, ସୀତାଂଶୁ ଶେଖର ଶତପଥୀ, ଏମ୍. ରାଧା କୁମାରୀ, ସୁରେଶ ରାଓ, ଜିତୁରାଜ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରର ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା