

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ଇନକା ଓ୍ବାକର୍ସ ଲେଡିସ୍ କ୍ଲବର କର୍ମକର୍ତ୍ତା ଓ ସଦସ୍ୟାମାନେ ସ୍ଥାନୀୟ ସହିଦନଗର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଗହଣରେ ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ବାଧୀନ ବାଳା ମହାପାତ୍ରଙ୍କ ତତ୍ତ୍ବାବଧାନରେ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମଟି କ୍ଲବର ସଭାନେତ୍ରୀ ଆଭା ଦାଶ ଓ ସମ୍ପାଦିକା ଶଶୀପ୍ରଭା ରଥଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ରିପୋର୍ଟ : ରଜତ କୁମାର ମହାପାତ୍ର