
ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାମାରୀ କୋଭିଦ୍-୧୯ର ମୁକାବିଲା ବେଳେ ଲୋକଙ୍କ ଜିବନ ଜୀବିକାକୁ କେନ୍ଦ୍ର ସରକାର ଅଣଦେଖା କରି ଲକ୍ଡାଉନ୍ ସମୟରେ ପ୍ରଚଳିତ ଆଇନ୍ ସଂଶୋଧନ କିମ୍ବା ବାତିଲକୁ ବିରୋଧ କରିଛି ସିପିଏମ୍ର ଆଂଚଳିକ କମିଟି । ଖାଦ୍ୟାଭାବ ବେକାରୀ, ଦରବୃଦ୍ଧି, ଯୋଗୁଁ ଦେଶବାସୀ ହସ୍ତସନ୍ତ ହେଉଥିବାବେଳେ ସରକାର ଧନି ପୁଞ୍ଜିପତି ଓ କର୍ପେରେଟ ମାନଙ୍କ ସ୍ୱାର୍ଥରକ୍ଷାର ପ୍ରହରୀ ସାଜିଛନ୍ତି । ସମଗ୍ର ଦେଶରେ ଅଗଷ୍ଟ ୨୦ରୁ ୨୬ ପର୍ଯ୍ୟନ୍ତ ସିପିଏମ୍ ପ୍ରତିବାଦ ଦିବସ ପାଳନ କରିବା ଅବସରରେ ଜଳେଶ୍ୱରରେ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ଆୟକର ଦେଉନଥିବା ପରିବାରକୁ ୭୫୦୦ଟଙ୍କାଏ ୬ମାସ ଲାଗି ଦେବା, ପ୍ରତି ପରିବାରକୁ ୧ କିଲୋଚାଉଳ କିମ୍ବା ଗହମ ଯୋଗାଇବା, ଡାଲି, କିରୋସୀନି ମାଗଣାରେ ଦେବା, ପ୍ରତି ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା, ଆନ୍ତାରାଜ୍ୟପ୍ରବାସୀ ଶ୍ରମିକ ଆଇନ୍ ୧୯୭୯କୁ ଉଚ୍ଛେଦ ନ କରିବା, ଧାନର ସହାୟକ ମୂଲ୍ୟ ୩ହଜାର ଟଙ୍କା କରିବା, ପ୍ରଚଳିତ ଶ୍ରମ ଆଇନ୍ ସଂଶୋଧନକୁ ବାତିଲ କରିବା, ଭାରତୀୟ ରେଳ, ବିଦ୍ୟୁତ୍, ପେଟ୍ରୋଲିୟମ, କୋଇଲା, ବ୍ୟାଙ୍କକୁ ଘରୋଇକରଣ ନ କରିବା, ପ୍ରଧାନମନ୍ତ୍ରୀ କେୟାର ଫଣ୍ଡରେ ଜମା ଅର୍ଥକୁ ମହାମାରୀ ଲାଗି ଖର୍ଚ୍ଚ କରିବା, କୃଷକ ଓ କୃଷକଙ୍କ ଋଣ ଛାଡ କରିବା, ଜାମୁ କାଶ୍ମିରରୁ ୨୦୧୯ ଅଗଣ୍ଟରୁ ଗିରଫ ହୋଇଥିବା ସମସ୍ତ ବନ୍ଦିକୁ ଖଲାସ କରିବା ଇତ୍ୟାଦି ୧୬ ଦଫା ଦାବିରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଜଳେଶ୍ୱର ଥାନାର ଆଇଆଇସି ଏବଂ ମଧ୍ୟସ୍ଥ ମାନଙ୍କର ନିରପେକ୍ଷ ତଦନ୍ତ କରି ଦୋଶୀଙ୍କୁ ଗିରଫ, ଜଳେଶ୍ୱର ଥାନାୁ ଦଲାଲ ମୁକ୍ତ, ନିଶା ବେପାରକୁ ବନ୍ଦ କରିବା ଇତ୍ୟାଦି ଦାବି ନେଇ ଷ୍ଟେସନବଜାରଠାରେ ଦିଲ୍ଲିୀପ କୁମାର ଗିରି, ଶିଶିର କୁମାର ହୁଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ବିକ୍ଷୋଭ । ଅନ୍ୟମାନଙ୍କ ମଧ୍ୟରେ ସୀତାଂଶୁ ସେନାପତି, ଜିତାଂଶୁ ନନ୍ଦି, ପଲ୍ଟୁ ଦାସ, ତାପସୀ ପ୍ରହରାଜ, ଦିଲ୍ଲିପ ପରିଡା, ଜୀବନ ପରିଡା, ସେକ୍ଅବଦୁଳ ଦାଦିକ, ଜତିନ୍ ଜେନା, ଗଣେଶ ଭୂୟାଁ, ସବିତା ଭୂୟାଁ, ମଦନ ମହାଲି, ଭାଗବତ ପ୍ରଧାନ, କୁମାରକୃଷ୍ଣ କର, କଳ୍ପିତା କର, ସେକ୍ଅବଦୁଲ ରହିମ, ରବିନ୍ଦ୍ର ଜେନା, ଅଚ୍ୟୁତାନନ୍ଦ ଘୋଷ, ଚନ୍ଦନ ଶତପଥୀ, ରାଜକୁମାର ଆଚାର୍ଯ୍ୟ, କାହ୍ନୁ ସିଂ, କାଦ ହେମ୍ବ୍ରମ, ଚତୁର୍ଭୁତ ମଲ୍ଲିକ, ରାମ ମହାନ୍ତି, ପରେଶ ନନ୍ଦି, ଅରୁଣ ରାୟ ପ୍ରମୁଖ ମଧ୍ୟ ଏଥିରେ ଭାଗ ନେଇଥିଲେ ।