ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗତ ୨ ଦିନ ହେଲା ସାନଖେମୁଣ୍ଡି ବିଧାୟକ ଜୟପୁର ଗସ୍ତ କରି ସେଠାରେ ସାଙ୍ଗଠନିକ କର୍ମଶାଳା ବୈଠକରେ ଯୋଗ ଦେଇଥିଲେ । ଏହାପରେ ସେ ରାୟଗଡା ଗସ୍ତ କରିଥିଲେ । ରାୟଗଡାର ଜିମ କ୍ଲବର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜ ଗାଁକୁ ଫେରି ସେ ନ ଶୋଇ ଜନସେବା କରିବାକୁ ବାହାରି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏସ.ଗୋପାଳପୁର ପଞ୍ଚାୟତରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ବିଭିନ୍ନ ସମସ୍ୟାର ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ସେ ସାନଖେମୁଣ୍ଡି ଗ୍ରାମର ଚାଷୀ ମାନଙ୍କ ସହ ମିଶି ବିଲରେ ହଳ ବୁଲାଇଥିଲେ । ଏହାପରେ ସେ କହିଥିଲେ ଯେ ”ସାନଖେମୁଣ୍ଡିର ପରିଚୟ ମୋର, ସାନଖେମୁଣ୍ଡି ମୋ ପରିବାର, ଲୋକଙ୍କ ସେବା କରିବାକୁ ଶପଥ ମୋହର, ଶେଷ ନିଶ୍ୱାସ ଯାଏ ଲୋକଙ୍କ ସେବାରେ ଲାଗିବ ଜୀବନ ମୋହର, ସାନଖେମୁଣ୍ଡି ମାଟିର ବୀର, ଲଢ଼ୁଆ ଚାଷୀପୁଅ ରମେଶ ନାମ ମୋହର” । ଏହିଭଳି ବିଧାୟକ ଯଦି ଲୋକଙ୍କ ପାଇଁ କାମ କରି ସମସ୍ତଙ୍କ ସମସ୍ୟା ସମ୍ପର୍କରେ ବୁଝି ସବୁ ସମସ୍ୟାର ସମାଧାନ କରି ଚାଲିବେ ତବେ ଆମ ଦେଶରେ ଆଉ କୌଣସି ସମସ୍ୟା ରହିବ ନାହିଁ କି କୌଣସି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସାନଖେମୁଣ୍ଡି ବିଧାୟକଙ୍କୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଲାଗିଛି ।
ରିପୋର୍ଟ : ସୁମୀତ ପଟ୍ଟନାୟକ
Ganjam Tiger Ramesh Bhai or odisha tigar
Ramas Bhai Jenda bad