ଲୋକେ ମୋତେ ପସନ୍ଦ କରିଛନ୍ତି ତେଣୁ ଆଗାମୀ ଦିନରେ ମୁଁ ସେମାନଙ୍କ ସହ ରହିବି : ଡ଼ଃ ତିରୁପତି ପାଣିଗ୍ରାହୀ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହାରି ନାହିଁ କି ହାର ମାନିବି ନାହିଁ ସାରିନାହିଁ ରାଜନୀତି ଏଇଠୁ ଆରମ୍ଭ ହେଲା ବୋଲି ଆହୁରି ଜୋସ ବଢ଼ାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ଗତ ସାଧାରଣ ନିର୍ଵାଚନରେ ଲଢ଼ି ପରାଜିତ ହୋଇଥିବା ଡ଼ଃ ତିରୂପତି ପାଣିଗ୍ରାହୀ । ଏଠାରେ ଥିବା ହାଇଟେକ ପ୍ଲାଜ଼ା ପରିସରରେ ଏକ ସାମ୍ବାଦିକ ସମିଳନୀ ଡାକି ଏଭଳି ଦୃଢ ସାହସ ଓ ଜୋସ ସଞ୍ଚାର କରିଛନ୍ତି ଡ଼ଃ ତିରୁପତି ପାଣିଗ୍ରାହୀ । ପରାଜିତ ସ୍ୱାଧୀନ ପ୍ରାର୍ଥୀ ଡ଼ଃ ତିରୂପତି ପାଣିଗ୍ରାହୀ ଭାରତୀୟ ଜନତା ଦଳ (ବିଜେପି) ପ୍ରାର୍ଥୀ କେ ନାରାୟଣ ରାଓ ଠାରୁ ପରାସ୍ତ ହେବା ପରେ ମଧ୍ୟ ସେ ହରିନାହାନ୍ତି ବରଂ ଯେଉଁ ଉଦ୍ଦେଶ ନେଇ ମୁ ପାରଳାଖେମୁଣ୍ଡି ଫେରିଥିଲି ସେଇ ଉଦ୍ଦେଶ ସାଧିତ ହେବା ଯାଇ ମୁ ଲୋକ ପାଖରେ ରହି କାମ କରିବି ବୋଲି ଦୃଢ଼ ସହକାରେ କହିଛନ୍ତି । ସେ ପୁଣି ବଖାଣିଛନ୍ତି ଯେ ମୁ ସ୍ୱାଧୀନ ପ୍ରାଥି ଭାବେ ଯେତିକି ଭୋଟ ପାଇଛି ସେଥିରେ ପ୍ରମାଣିତ ହେଉଛି ଯେ ମୋ ପ୍ରତି ଲୋକଙ୍କ ଭଲ ପାଇବା ରହିଛି । ତେଣୁ ଏହି ଭଲପାଇବାକୁ ଛାଡି ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ । ଲୋକଙ୍କ ସହ ରହିବି । ଲୋକଙ୍କ ଅର୍ଥନୀତି ବିକାଶ, ଚାଷୀଙ୍କ ପାଇଁ ଜଳସେଚେନ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଯୋଗାଇ ଦେବା ମୋର ପ୍ରଥମ କାମ ହେବ । ମୁ ଆଗରୁ କଂଗ୍ରେସରୁ ପ୍ରାର୍ଥୀ ହେବି ବୋଲି ଘୋଷଣା କରିଥିଲି ଏବଂ କଂଗ୍ରେସ ପତାକା ନେଇ ପ୍ରାର୍ଥୀ ପତ୍ର ମଧ୍ୟ ଦାଖଲ କରିଥିଲି । କିନ୍ତୁ ପରବର୍ତୀ ସମୟରେ କଂଗ୍ରେସ ଟିକଟ ମୋତେ ଦେଲା ନାହିଁ । ଫଳରେ ସ୍ୱାଧୀନ ପ୍ରାଥି ଭାବେ ପ୍ରତିଦ୍ବନ୍ଦିତା କଲି ମାତ୍ର ୧୦ ଦିନ ଭିତରେ ଗୋଟିଏ ହାତ ଚିହ୍ନ ଛାଡି ମୋର ସ୍ୱାଧୀନ ପ୍ରାର୍ଥୀ ଚିହ୍ନରେ ପ୍ରତିଧ୍ୱନ୍ଦିତା କରି ଦ୍ଵିତୀୟ ସ୍ଥାନରେ ରହିବା କିଛି କମ କଥା ନୁହେଁ । କଂଗ୍ରେସ ଟିକେଟ ମିଳିଥିଲେ ମୁଁ ନିଶ୍ଚୟ ଜୟଯୁକ୍ତ ହୋଇଥାନ୍ତି । ଲୋକେ ମୋତେ ପସନ୍ଦ କରିଛନ୍ତି । ତେଣୁ ଏହାକୁ ଆଡେଇ ଚାଲିଯିବା ମୋ ପକ୍ଷେ ଉଚିତ ନୁହେଁ ବୋଲି ସାମ୍ବାଦିକ ସମିଳନୀରେ କହିଛନ୍ତି। କଂଗ୍ରେସକୁ ଫେରିବାକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଲେ ମୋତେ କଂଗ୍ରେସ ଟିକିଟ ନ ଦେବାରୁ ୧୩୪ ଜଣ କଂଗ୍ରେସ ନେତା ଦଳ ଛାଡି ଚାଲିଗଲେ । ଆମେ ସମସ୍ତେ ସ୍ୱାଧୀନ ଚିନ୍ତାଧାରାର ଲୋକ । ତେଣୁ ଆମ ଚିନ୍ତାଧାରା ସହ ଯେଉଁ ଦଳ ଆମକୁ ଖାପ ଖୁଆଇ ଚାଲିବ ସେହି ଦଳ ସହ ଆମେ ସାଲିସ କରିବା । ତାଙ୍କ ସହ ରହି କାମ କରିବାରେ କୌଣସି ଅସୁବିଧା ନାହିଁ । ବର୍ତମାନ କେଉଁ ଦଳକୁ ଯିବି ବର୍ତମାନ ନିଷ୍ପତି ନେଇନାହିଁ ବୋଲି କହିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା