

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୁକୁଡ଼ାଖଣ୍ଡି ଗ୍ରାମର ଜି ଏରେୟା ଘର ଘର ବୁଲି କେଂଦେରା ବାଦ୍ୟ ପରିବେଷଣ କରି ପରିବାର ପ୍ରତିପୋଷଣ କରନ୍ତି । ନିତ୍ୟଂ କଳା ଗବେଷଣା କେନ୍ଦ୍ର ହିଞ୍ଜିଳିକାଟୁର ଷ୍ଟୁଡିଓର ନିର୍ଦ୍ଧେଶକ କ୍ରିଷ୍ଣା ଡି କେ ତାଙ୍କୁ ନିଜ ଷ୍ଟୁଡିଓରେ ଆଣି ପ୍ରଥମ ଥର କେମେରା ସାମ୍ନାରେ ନିଜ କଳା ପରିବେଷଣ ପାଇଁ କହିଥିଲେ ସେ ନିଜ କଳା ପରିବେଷଣ ପରେ ଲୋକ କଳା କାର୍ଯ୍ୟକାରୀ ସମିତି ବାଙ୍ଗାଲୋରର ୱାଟ୍ସଆପ ଗ୍ରୁପ୍ ରୁ ଏରେୟା ବାବୁଙ୍କ ଚଳନ୍ତି ଛବିକୁ ସାଂସଦ ତଥା ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦ ଦେଖି କ୍ରିଷ୍ଣା ଡି କେଙ୍କ ମାଧ୍ୟମରେ ଜି ଏରେୟାଙ୍କୁ ନିଜ ଆଶୀର୍ବାଦ ସ୍ୱରୂପ ୫୦୦୦ ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥ ରାଶିକୁ ନୁତ୍ୟମ୍ କଳା ଗବେଷଣା କେନ୍ଦ୍ରର ସଭାପତି ରତ୍ନାକର ସୀୟ, ନିର୍ଦ୍ଧେଶକ କ୍ରିଷ୍ଣା ଡି କେ, ଅଜିତ କୁମାର ସାହୁ ଓ ନୁତ୍ୟମର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି । ପ୍ରଶାନ୍ତ ନନ୍ଦ ଜି ଏରେୟାଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହେଇ ତାଙ୍କୁ ତାଙ୍କ କଳା ପାଇଁ ଶୁଭେଛା ଜଣାଇଥିଲେ ଓ ଲୋକ କଳା କାର୍ଯ୍ୟକାରୀ ସମିତି ବାଙ୍ଗାଲୋର ତରଫରୁ ଗଞ୍ଜାମ ଲୋକ କଳା ମହୋତ୍ସବରେ ତାଙ୍କୁ କଳା ପରିବେଷଣ ପାଇଁ ନିମନ୍ତ୍ରଣ କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

