

ରାୟଗଡା(ସମୃଦ୍ଧ ଓଡିଶା)ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ସାମାଜିକ ଦାୟିତ୍ବ ବୋଧ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ଥେରୁବାଲି ଓ ଆଖପାଖ ଅଞ୍ଚଳର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଅଛି । ଥେରୁବାଲି ଆଖପାଖ ରେ ଥିବା ୮ଗୋଟି ଗ୍ରାମପଞ୍ଚାୟତର ୩୪ଟି ସ୍କୁଲର ୪୯୦୦ ପିଲାଙ୍କୁ ମାଗଣା ଲିଖନ ପୁସ୍ତକ ବଣ୍ଟନ, ଦୁଇଟି ଛାତ୍ରକୁ ସ୍ଥାନୀୟ ଥେରୁବାଲି ପ୍ରାଇଭେଟ୍ ଆଇ. ଟି. ଆଇ. ରେ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା,ମେଧାବି ଛାତ୍ରୀ ଓ ଛାତ୍ର ଙ୍କୁ ଉଚ୍ଚଶିକ୍ଷା ପାଇଁ ଶିକ୍ଷାବୃତ୍ତି ଦେବା ସହିତ ସ୍ଥାନୀୟ ଡି. ପି. କ୍ୟାମ୍ପ ସ୍ଥିତ ସରକାରୀ ପ୍ରକଳ୍ପ ବିଦ୍ୟାଳୟର ସମ୍ପୂର୍ଣ୍ଣ ବିଦ୍ୟୁତ କରଣ କରାଯାଇଛି। ଆଜି ମାନ୍ୟବର ବିଧାୟକ ବିଷମକଟକ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଡି. ପି. କ୍ୟାମ୍ପ ସରକାରୀ ପ୍ରକଳ୍ପ ବିଦ୍ୟାଳୟ ପରିଭ୍ରମଣ କରି ବିଦ୍ୟୁତ କରଣଟିକୁ ଛାତ୍ରୀ ଓ ଛାତ୍ର ଙ୍କ ନିମନ୍ତେ ଲୋକାର୍ପଣ କରିଥିଲେ। ଏହି ସମୟରେ ଇମ୍ଫା ଥେରୁବାଲି ର ମୂଖ୍ୟ ଶ୍ରୀ କେ. ଭି. ରାଓ, କୋଲନରା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ତେଜରାତି ନାଗ, ଥେରୁବାଲି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରହଲ୍ଲାଦ ହିକକା, ସ୍କୁଲ ପରିଚାଳନା କମିଟି ଓ ଶ୍ରୀ ସଦାନନ୍ଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ଓ ଜନ ପ୍ରତିନିଧି ମାନେ ସ୍ଥାନୀୟ ଇମ୍ଫା ର ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ଅଞ୍ଚଳର ପାରିପାର୍ଶ୍ବିକ ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପକୁ ଭୂୟଂଶି ପ୍ରସଂଶା କରିଥିଲେ।
ରିପୋର୍ଟ :ଆମ ରାୟଗଡା ପ୍ରତିନିଧି ତୁଷାର ରଞ୍ଜନ ସାହୁ