
ଚେନ୍ନାଇ(ସମୃଦ୍ଧ ଓଡିଶା) ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ମନି ଲଣ୍ଡରିଂ ମାମଲାରେ ଶକ୍ତି ବିଭାଗର ମନ୍ତ୍ରୀଙ୍କୁ ରାତି ଅଧିଆ ଚଢ଼ାଉ କରି ଗିରଫ କରିଛି I ସେ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାରରେ ଶକ୍ତିମନ୍ତ୍ରୀ ଅଛନ୍ତି I ଶକ୍ତି ମନ୍ତ୍ରୀ ଭି . ସେନଥିଲ ବାଲାଜୀଙ୍କୁ ଇଡି ଗିରଫ କରବା ପରେ ବିଜେପିର ହାତ ଅଛି ବୋଲି ଅଭିଯୋଗ କରି ରାଜନୈତିକ ତୁମ୍ବି ତୋଫାନ ଆରମ୍ଭ ହୋଇ ଯାଇଛି । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଇଡି କିମ୍ବା ସିବିଆଇ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ତଦନ୍ତ କରି ସଂସ୍ଥା ରାଜ୍ୟରେ ପ୍ରବେଶ କରିବା ଉପରେ ସରକାର ରୋକ ଲଗାଇଛନ୍ତି I
