

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶଙ୍କରପୁର ସାହିକୁ ଆକ୍ସେସ କଣ୍ଟ୍ରୋଲ ଜୋନ ଘୋଷଣା କରାଯାଇଛି । ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୨ରେ ପହଁଞ୍ଚିଥିବା ବେଳେ ଗଞ୍ଜାମରେ କେବଳ ୨୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ବ୍ରହ୍ମପୁର ମହାନଗର ନିଗମ ଏହାକୁ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି । ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଆକ୍ସେସ କଣ୍ଟ୍ରୋଲ ଜୋନ ଭାବେ ଘୋଷଣା କରିଛି ମହାନାଗରା ନିଗମ । ବ୍ରହ୍ମପୁର ସହରର ବଡବଜାର ଥାନା ଶଙ୍କରପୁର ସାହିକୁ ଆକ୍ସେସ କଣ୍ଟ୍ରୋଲ ଜୋନ ଘୋଷଣା କରି ସେହି ସାହିର ସମସ୍ତ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଏହି ଜୋନ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ଏବଂ ସାହି ଭିତରେ ଥିବା ସବୁ ଲୋକଙ୍କୁ ହୋମ କ୍ଵାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେବା ସହ ଜୋନ ଭିତରେ ଥିବା ସମସ୍ତ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲ ପ୍ରତିନିଧି ନିମାଇଁ ଚରଣ ପଣ୍ଡା
