ବ୍ରହ୍ମପୁର(ସମୃଦ୍ଧ ଓଡିଶା)ହିଞିଳି ନିକଟସ୍ଥ ସମରଝୋଳରେ ରହିଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟର ‘ଲଙ୍ଗ ସର୍ଭିସ ଆଓଡ୍’ ପ୍ରଦାନ ଉତ୍ସବରେ ବିଭିନ୍ନ ଅତିଥିମାନେ ଯୋଗଦେଇ ଅନୁଷ୍ଠାନର ସେବା ଉପରେ ଭୁୟସୀ ପ୍ରଶଂସା କରିଥିଲେ I ୨୦୧୬ ମସିହାରେ ଆରମ୍ଭ ହେଇଥିବା ଏହି ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦକ୍ଷିଣ ଓଡିଶାର ସାଧାରଣ ଜନତାଙ୍କୁ ଚକ୍ଷୁ ରୋଗ ଉପଶମ ପାଇଁ ଅନେକ ଯୋଗାଇ ଆସୁଛି । ଏହି ଚିକିତ୍ସାଳୟ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି I ଏହି ଟଷ୍ଟ ପକ୍ଷରୁ ପରିଚାଳିତ ହେଉଥିବା ଏହି ଚିକିତ୍ସାଳୟରେ ଆର୍ଥିକ ଅନଗ୍ରସର ମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆଗ୍ରହ କରୁଥିବା ମେଧାବୀ ବିଦ୍ୟାର୍ଥୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଶିକ୍ଷା ପ୍ରଦାନ କରାଯାଉଛି। ଶଙ୍କର ଚକ୍ଷୁ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବରିଷ୍ଠ ଆଇନଜୀବୀ ବି ଶ୍ରୀନୁବାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି I ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞିଳିକାଟୁର ତହସିଲଦାର ପ୍ରଭାତ କୁମାର ପରିଡା, ଅନ୍ୟାନ୍ୟ ସମ୍ମାନୀତ ଅତିଥି ରୂପେ ଜ୍ୟୋତିର୍ବିଦ ପ୍ରମୋଦ କୁମାର ପାତ୍ର , ଖଲ୍ଲିକୋଟ ଏନ ଏ ସି ଅଧ୍ୟକ୍ଷ ନିରଞ୍ଜନ ବେହେରା, ହିଞିଳିକାଟୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏନ୍ ରଘୁନାଥ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ଅନୁଷ୍ଠାନର ସେବା ପ୍ରତି ଭୁୟସୀ ପ୍ରଶଂସା କରିଥିଲେ । ଚକ୍ଷୁ ଚିକିତ୍ସାଳୟର ଟର୍ଷ୍ଟି ମୁଖ୍ୟ ଏସ ବିଷୟନାଥ୍ନ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜେ ବାବୁ , ଆନ୍ତର୍ଜାତିକ ରେଟିନା ବିଷେଷଙ୍ଗ ସୁରେନ୍ଦ୍ର ନାଥ ରେଡି ପ୍ରମୁଖ ଶଙ୍କର ଚକ୍ଷୁ ଚିକିତ୍ସାଳୟର କାର୍ଯ୍ୟ ଓ ଆଭିମୁଖ୍ୟ ଉପରେ ସମ୍ୟକ ଆଲୋକପାତ କରିବା ସହିତ ଗତ ୬ ବର୍ଷ ଧରି ସେବା ଯୋଗାଇ ଆସୁଥିବା ୩ ୮ ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ଲଙ୍ଗ ସର୍ଭିସ ଆଓଡ୍ ପ୍ରଦାନରେ ସମ୍ବର୍ଦ୍ଧିତ କରିଥିଲେ । (ଗଞ୍ଜାମ ଜିଲ୍ଲାରୁ ନିମାଇ ଚରଣ ପଣ୍ଡା ଙ୍କ ରିପୋର୍ଟ)