ଶଙ୍ଖ ଭବନ ରେ ଗଜପତି ଜିଲ୍ଲା ବିଜେଡି କର୍ମୀ ଓ ନେତାଙ୍କ ସାଙ୍ଗଠନିକ ବୈଠକ

ଭୁବନେଶ୍ୱର -(ସମୃଦ୍ଧଓଡିଶା)-ଆଜି ଗଜପତି ଜିଲ୍ଲା ର ବିଜେଡ଼ି ନେତା କର୍ମୀ ମାନେ ଶଙ୍ଖ ଭବନରେ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀ ରେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧକ୍ଷ ଗବରା ତିରୁପତି ରାଓ, ବରିଷ୍ଠ ବିଜେଡ଼ି ନେତା ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ବସନ୍ତ ଦାସ,ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ ନୟକ, ସହ ସମସ୍ତ ଅଧକ୍ଷ ଅଧକ୍ଷା, ବିଜେଡ଼ି କର୍ମୀ ନେତାମାନେ ଯୋଗ ଦେଇ ଆଜି ମାନ୍ୟବର ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆଶୀର୍ବାଦ ନେଇ ପୁଣି ବିଜେଡ଼ି କୁ ଗଜପତି ଜିଲ୍ଲାରେ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ଶପଥ ନେଇଛନ୍ତି। ପୁର୍ବତନ ମନ୍ତ୍ରୀ ତଥା ଗଜପତି ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଜେଡ଼ି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାର୍ ଙ୍କ ମିଛ ପ୍ରତାରଣା ବିରୁଦ୍ଧରେ , 24ବର୍ଷର ନବୀନ ସରକାରଙ୍କ ସ୍ୱଚ୍ଛ ଶାସନ ତଥା ବିଭିନ୍ନ ଯୋଜନା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ନବୀନ ବାବୁଙ୍କ ନେତୃତ୍ଵରେ ଆଗାମୀ ଦିନରେ ସମସ୍ତ ନିର୍ବାଚନ ରେ ବିଜୁ ଜନତା ଦଳ ସଫଳତା ହାସଲ କରିବ ବୋଲି ବିଶ୍ୱାସ ରଖିବାକୁ ଉପସ୍ଥିତ କର୍ମୀ ମାନଙ୍କୁ ନିବେଦନ କରିଥିଲେ। ସାଂସଦ ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର ନବୀନ ବାବୁଙ୍କ ହାତମୁଠାକୁ ଟାଣ କରି ସମସ୍ତ କର୍ମୀ ଏକଜୁଟ ହୋଇ ଦଳ ପାଇଁ ନିଃସ୍ଵାର୍ଥପର ଭାବେ କାମ କରିବାକୁ ନିବେଦନ କରିଥିଲେ। ଗଜପତି ଜିଲ୍ଲା ବିଜୁ ଜନତା ଦଳର କର୍ମୀମାନେ କିଭଳି ଜିଲ୍ଲାରେ ଦଳ ର ସଂଗଠନ ମଜବୁତ୍ ହେବ ସେ ସମ୍ପର୍କରେ ସୁଚିନ୍ତିତ ମତାମତ ରଖିଥିଲେ।

ରିପୋର୍ଟ : କୃଷ୍ଣ କୁମାର ବେହେରା