ଛତ୍ରପୁର (ସମୃଦ୍ଧ ଓଡ଼ିଶା) ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ତଥା ୩ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଶଟ୍ଡାଉନ୍ କଟକଣା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋହଳ କରିଛନ୍ତି । ଏହି ସମୟରେ ଲୋକମାନେ ଅତ୍ୟାବଶ୍ୟକ ଜିନିଷ କିଣିପାରିବେ ବୋଲି କୁହାଯାଇଛି । ସକାଳ ୬ରୁ ଅପରାହ୍ନ ୪ଟା ଯାଏ ଦୋକାନ ବଜାର ଖୋଲା ରହିବ । ଏହାସହ ଜିଲ୍ଲାପାଳ ଲୋକମାନଙ୍କୁ ସତର୍କ କରାଇ କହିଛନ୍ତି ଯେ, ଏହି ୩ ଦିନ ଆପଣମାନଙ୍କୁ ଆମେ ନିରୀକ୍ଷଣ କରିବୁ । ସାମାଜିକ ଦୂରତ୍ୱ ବଜାର ରଖିବା, ଘର ବାହାରକୁ ବାହାରିଲେ ମାସ୍କ ପିନ୍ଧି ବାହାରିବା ଆଦି ନିରୀକ୍ଷଣ କରାଯିବ । ଯଦି ଏହି ନିୟମ ସବୁ ଖିଲାପ ହୋଇଥିବା ନେଇ ନଜରକୁ ଆସେ ତେବେ ଶଟଡାଉନ୍ କଟକଣା ଆହୁରି କଡ଼ାକଡ଼ି କରାଯିବ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା