ଶତାୟୁ ପୁରୁଷ ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କ ଜନ୍ମ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭୂମୀକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗାନ୍ଧିସେବାଶ୍ରମ ପରିସରରେ ଶ୍ରୀଅରବିନ୍ଦ ଯୋଗ ମନ୍ଦିର ଆନୁକୂଲ୍ୟରେ ଆୟୋଜିତ ଶତାୟୁ ପୁରୁଷ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କର ୧୦୦ତମ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇ ବକ୍ତମାନେ ମତପ୍ରକାଶ କରିଛନ୍ତି । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଲଳିତ ରଂଜନ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇ ଦେଶ ଓ ଜାତି ଗଠନରେ ଶ୍ରୀ ସେନାପତିଙ୍କର ଭୂମିକା ଅବିସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ ସମ୍ମ୍ାନୀତ ଅତିଥିଭାବେ ଅବସରୀପ୍ରାପ୍ତ ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ୱାଳ, ସମାଜସେବୀ କେଶବ କୁମାର କର, ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁମାଧବ ମହାନ୍ତି ଓ ମୁଖ୍ୟବକ୍ତାରୂପେ ସ୍ତମ୍ବକାର ସୁଦର୍ଶନ ଦାସ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ସମ୍ମାନୀତ ବକ୍ତରୂପେ ଚିନ୍ମୟ କୁମାର ଦାସ, ପ୍ରଫୁଲ୍ଲ କୁମାର ଦାସ, କୁଞ୍ଜ ବିହାରୀ ଦାସ, ଜିତାଂଶୁ ନନ୍ଦୀ, ଜିଲ୍ଲିପ କୁମାର ଗିରି, ଅରୁଣ କୁମାର ବେଜ, ଅଜିତ୍ କୁମାର ମହାନ୍ତି, ସୁଧୀର କୁମାର କର, ପ୍ରଫୁଲ୍ଲ କୁମାର ଦେ, ସୁକୁମାର ରଣା, ଖଗେନ୍ଦ୍ର କୁମାର ସାହୁ, କଳ୍ପତରୁ ପାତ୍ର, ଧିରେନ୍ଦ୍ର ନାଥ ପ୍ରଧାନ, ପ୍ରକାଶ ଦେ, ବାଞ୍ଛାନିଧି ମହାନ୍ତି, ବସନ୍ତ ଦାସ, ଅବନୀ ଚାନ୍ଦ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେବା ସହିତ ତାଙ୍କୁ ସମ୍ବଦ୍ଧିତ ମଧ୍ୟ କରିଥିଲେ । ଶ୍ରୀ ସେନାପତିଙ୍କ ଦ୍ୱାରା ରଚିତ ପ୍ରାଣରୁ ପ୍ରଣବ ଓ ବଂକିମ ଚନ୍ଦ୍ର ଦେଙ୍କ ଦ୍ୱାରା ରଚିତ ପୁସ୍ତକ କବିତା କୁସୁମକୁ ଏହି ଅବସରରେ ମୁଖ୍ୟଅତିଥି ଉନ୍ମୋଚିତ କରିଥିଲେ । ଅଧ୍ୟାପକ ନିଳକଣ୍ଠ ଖଣ୍ଡା ଉଭୟ ପୁସ୍ତକର ସମୀକ୍ଷା କରିଥିଲେ । ଏହି ଅବସରରେ ଗୋପବଂଧୁ ଶିକ୍ଷା ସଦ. ରୋଟାରୀ କ୍ଲବ ଅଫ ସୁବର୍ଣ୍ଣରେଖା ରାଇବଣିଆ, ଗାନ୍ଧିସେବାଶ୍ରମ ପ୍ରଭୃତି ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇ ଶ୍ରୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୀତାଂଶୁ ଶେଖର ସେନାପତି , ସଂଯୁକ୍ତା ପ୍ରଧାନ, ଅରଲିଲା ସେନାପତି, ଜ୍ୟୋତିଷ ଚନ୍ଦ୍ର କର ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ସରୋଜ ରଂଜନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା