

ଭୁବନେଶ୍ବର(ସମୃଦ୍ଧଓଡିଶା)ସ୍ଥାନିୟ କଳ୍ପନା ଛକ ନିକଟସ୍ଥ ଚିନ୍ତାମଣୀସ୍ବର ଶାନ୍ତନୁ ଇଂଲିଶ ମିଡିଅମ ସ୍କୁଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଅଜୟ କୁମାର ଦାସ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଭୂଷଣ ତ୍ରିପାଠୀ, ଉପାଧ୍ୟକ୍ଷ ବିନୟ କୁମାର ନାୟକ, ପ୍ରଧାନ ଶିକ୍ଷୟତ୍ରୀ ଡ. କାମିନୀ ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଦେଶାତ୍ମବୋଧ ଓ ଦେଶ ଭକ୍ତିର ମାର୍ଗ ଅନୁସରଣ କରିବା ଉଦବୋଧନ ଦେଇ ସଭା ସଙ୍ଗ ହୋଇଥିଲା।
ରିପୋର୍ଟ : ରଜତ ମହାପାତ୍ର