ଶାନ୍ତିଆ କାଳିପୂଜା କମିଟିର ରକ୍ତଦାନ ଶିବିର : ୮୦ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାନ୍ତିଆ କାଳୀପୂଜା କମୀଟି ପକ୍ଷରୁ ପ୍ରତିବର୍ଷଭଳି ଚଳିତ ବର୍ଷ ମା କାୀଙ୍କ ପୂଜାର୍ଚ୍ଚନା ଓ ଆଲୋକର ପର୍ବ ଦୀପାବଳି ଅନୁଷ୍ଠିତ ହେଉଛି । କିନ୍ତୁ ଚଳିତବର୍ଷ ଏକ ରକ୍ତଦାନ ଶିବିର ଆୟୋଜନ କରି ସେମାନେ ନିଆରାଢଙ୍ଗରେ ପାଳିଛନ୍ତି ଏହି ପର୍ବକୁ । ଏହି ରକ୍ତଦାନ ଶିବିରକୁ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ପୌରା ଅଧିକାରୀ ଅଜୟ କୁମା ମହାପାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଉପସଭାପତି ସୁବ୍ରତ କୁମାର ରଣା, ଜିଲା ରକ୍ତଦାତା ସଂଘର ସାଂଗଠନୀକ ସଂପାଦକ ମନୋରଂଜନ ଦାସ, ଡାକ୍ତର ମହେଶ ବିଶ୍ୱାଳ, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ ଯୋଗ ଦେଇ ରକ୍ତର ବିକଳ୍ପ ନଥିବାରୁ ଆବଶ୍ୟକ ରକ୍ତ ଲାଗି ସମସ୍ତେ ଚେଷ୍ଟିତ ହେବା ଉଚିତ୍ ବୋଲି କହିଥିଲେ । ଏଥିରେ ସିତାଂଶୁ ସେନାପତି, କେଦାର ନାଥ ଦାସ, ଦେବଜାନୀ ଅଣ୍ଡିଆ, ରିତାରାଣୀ ଦାସ, ଅମୂଲ୍ୟ ଅଣ୍ଡିଆ, ଲକ୍ଷ୍ମିଧର ବାଗ, ସତ୍ୟବ୍ରତ ପ୍ରଧାନ, ଲକ୍ଷ୍ମୀଧର ବାରିକ ପ୍ରମୁଖ ପରିଚାଳନା କରିଥିଲା ବେଳେ ୮୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା