

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟାରେ ଛତ୍ରପୁର ସ୍ଥିତ କଳ୍ପବାସୀନଗର ବ୍ରହ୍ମକୁମାରୀ ଶାନ୍ତି ଅନୁଭୂତି ଭବନର ସଂପ୍ରସାରିତ ରାଜଯୋଗ ଶିକ୍ଷାକେନ୍ଦ୍ରର ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ ଏବଂ କହିଥିଲେ ଯେ ଛତ୍ରପୁରର ପୂର୍ବତନ ବିଧାୟକ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି କାମକୁ ମୁ ପୂରଣ କରିବି । ସବୁ କାମକୁ ପୂରଣ କରିବାରେ ବ୍ରହ୍ମକୁମାରୀ ଶାନ୍ତି ଅନୁଭୂତିର ସହଯୋଗ କରିବେ ବୋଲି କହିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମକୁ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଦ୍ୱାରା ବହୁ ଆଡମ୍ବରର ସହ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଛତ୍ରପୁରର ଅଧ୍ୟକ୍ଷ ଧନଞ୍ଜୟ ରେଡ୍ଡୀଙ୍କ ସମେତ ଶାନ୍ତି ଅନୁଭୂତି ଭବନର ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଏବଂ ଅନେକ ନିୟମିତ ରାଜଯୋଗ ଶିକ୍ଷା ଗ୍ରହଣ କରୁଥିବା ଭାଇ ଭଉଣୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଧାୟକ ଶାନ୍ତି, ମୈତ୍ରୀ ଏବଂ ପ୍ରଗତି ଦ୍ୱାରା କିପରି ସମାଜର ବିକାଶ ହୋଇପାରିବ ଏବଂ ସମସ୍ତଙ୍କ ସହଯୋଗ ଦ୍ୱାରା ସୁନ୍ଦର ସୁସ୍ଥ ସମାଜ ଗଠନ କରାଯାଇ ପାରିବ ଏହି ବିଷୟକୁ ନେଇ ନିଜର ଉଦବୋଧନ ଉପସ୍ଥାପନା କରିଥିଲେ । ପରମାତ୍ମାଙ୍କ ପ୍ରଦତ୍ତ ରାଜଯୋଗ ଗୀତାଜ୍ଞାନ ଦ୍ୱାରା କିପରି ଏକ ପରିମାର୍ଜିତ ଜୀବନ ଗଢ଼ିପାରିବା ସେହି ବିଷୟ ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ନିଜର ଆଶୀର୍ବଚନ ରଖିଥିଲେ । ଏହିଭଳି ସଭିଙ୍କ ସହଯୋଗରେ କାର୍ଯ୍ୟଟି ଅତି ସୁଚାର ରୂପେ ସମ୍ପୂର୍ଣ୍ଣ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





