
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨୫ ତାରିଖ ଠାରୁ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମ୍ୟାଟିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି । ଏଠାରେ ୧୬ଟି ୟୁନିଟ୍ର ଖାତା ମୂଲ୍ୟାୟନ ହେଉଥିବା ଓ ଏଥିରେ ୧୬ଜଣ ମୂଖ୍ୟ ନିରିକ୍ଷକ, ୩୨ଜଣ ଡେପୁଟି ନିରିକ୍ଷକ, ୩୨ଜଣ ସ୍କୃଟିନାଇଜର୍ ଓ ୨୫୬ ଜଣ ନିରିକ୍ଷକ ଏପରି ମୋଟ ୩୩୬ଜଣ ଶିକ୍ଷକ ଏଥିରେ ନିୟୋଜିତ ହୋଇଥିବାର କେନ୍ଦ୍ର ଦାୟିତ୍ୱରେ ଥିବା ସୁପର ଭାଇଜର ସୁନିଲ କୁମାର ନାୟକ ଆଜି ସୂଚନା ଦେଇଛନ୍ତି । ବୋର୍ଡର କର୍ମଚାରୀ, ପୋଲିସ୍, ଶିକ୍ଷକ ଓ ସ୍ଥାନୀୟ କର୍ମଚାରୀଙ୍କ ଦ୍ୱାରା ଏହି କାର୍ଯ୍ୟ ଚାଲୁଥିବାର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା