ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକରେ ୧୧ଟି ପିଏଚ୍ସି ରହିଛି । ହାତୀଗଡ ଓ ଜଳେଶ୍ୱର ହସ୍ପିଟାଲ ଅଧିନରେ ୧୦୨ ଓ ୧୦୮ ଆମ୍ବଲାନ୍ସ ସେବା ରହିଥିବା ବେଳେ ପଶ୍ଚିମବାର୍ଡ ସିଏଚ୍ସି ଅଧିନରେ ୧୦୨ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । ଆଦିବାସୀ ଅଧ୍ୟୁସୀତ ରାଇବଣିଆର ଶାଳବଣୀଠାରେ ଥିବା ପିଏଚ୍ସି ଅଞ୍ଚଳ ଲାଗି ଆମ୍ବୁଲାନ୍ସ ସୁବିଧା ନ ଥିବାରୁ ସରକାରଙ୍କ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଛି । ଏହାର ନମ୍ବର ଓଡି-୦୨ବିଏନ୭୫୪୬ ଅଟେ । ଏହି ଆମ୍ବୁଲାନ୍ସକୁ ଉଦ୍ଘାଟନ କରି ଡା. ଅଜୟ କୁମାର ଜେନା ଦୁର୍ଗମ ଅଞ୍ଚଳରୁ ରୋଗୀମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରଙ୍କ ଏହା ପ୍ରୟାସ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଫାର୍ମସିଷ୍ଟ ଗଣେଶ ଚନ୍ଦ୍ର ପରିଡା, ଡ୍ରାଇଭର ଗୌରାଙ୍କ ଚନ୍ଦ୍ର ଗାନ୍ଧୀ, ହେଲପର ଭଜହରି ସେନ୍ ଓ ସ୍ଥାନୀୟ ବହୁ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।