ଶାଳିଆ ଡ୍ୟାମ ଓ ଚିଲିକା ରିପୋଟର୍ସ ଆସୋସିଏସନରେ ସ୍ୱାଧୀନତା ଦିବସ ପାଳନ

ବାଣପୁର(ସମୃଦ୍ଧଓଡିଶା)ଦେଶ ତମାମ  ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବାଣପୁର ରେ ଥିବା ଶାଳିଆ ଜଳସେଚନ ବିଭାଗ ତାର ପ୍ରାଗଣ ଏହି ଉତ୍ସବ ପାଳନ କରିଥିଲେ. ଏହି କାର୍ଯ୍ୟକ୍ରମକୁ ଶାଳିଆ ଉପଖଣ୍ଡ ଯନ୍ତ୍ରୀ ସୁରେନ୍ଦ୍ର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ଏହି ଉତ୍ସବ ରେ ମା ଟିକିରାଈ ଏମ ଇ ସ୍କୁଲ ପିଲାମାନେ ଓ ସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ତତ ସହିତ ଶାଳିଆ ଜଳସେଚନ ର କର୍ମକର୍ତ୍ତା, ଠିକାଦାର ଓ ଚିଲିକା ରିପୋଟର୍ସ ଆସୋସିଏସନ ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ. ଏହି ଉତ୍ସବ ରେ ସୁରେନ୍ଦ୍ର ସାହୁ ଦେଶର ବୀର ମାନଙ୍କ ବୀର କଥା ଓ ଦେଶ ସ୍ୱାଧୀନ ହବା ପାଇଁ ଯୋଉଁ ମାନେ  ସବୁ ବଳିଦାନ ଦେଇଥିଲେ ଓ ଆମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ କଷ୍ଟ ସାଧ୍ୟ ଲଢେଇ ଉପରେ ଅଭିଭାଷଣ ଦେଇ ସ୍କୁଲ ପିଲାଙ୍କୁ ଉଦ୍ଧବୋଧନ କରିଥଲେ. ମା ଟିକିରାଈ ସ୍କୁଲ ର  ପିଲା ମାନଙ୍କୁ ବିଭିନ୍ନ ବିଭାଗ ରେ ସେମାନଙ୍କ ର କୃତିତ୍ୱ ପାଈଁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ  ସାମ୍ବାଦିକ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।ଏହି ଉତ୍ସବ ରେ ସହଯୋଗୀ ଯନ୍ତ୍ରୀ ମନୋଜ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଲଷ୍ମୀପ୍ରିୟା ପୃଷ୍ଟି, ପାଣି ପଞ୍ଚାୟତ ର ସମ୍ପାଦକ ବିଷ୍ଣୁ ଦାସ, ସନ୍ତୋଷ ଚୌଧୁରୀ ଓ ଅନ୍ୟାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।।

This image has an empty alt attribute; its file name is WhatsApp-Image-2024-08-17-at-22.31.05.jpeg

ବାଣପୁର ସାମ୍ବାଦିକ ଭବନ ଠାରେ ଚିଲିକା ରିପୋଟର୍ସ ଆସୋସିଏସନ,ବାଣପୁର ୭୮ତମ ସ୍ବାଧୀନତା ଦିବସ ପାଳନ

ସାରା ଭାରତ ବର୍ଷ ଓ ଭାରତ ବାହାରେ ରହୁଥିବା  ରେ ରହୁଥିବା ଭାରତୀୟ  ୭୮ ତମ ସ୍ବାଧିନତା ଦିବସ ଅତି  ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଥିବା ବେଳେ  ବାଣପୁର ରେ ମଧ୍ୟ ବିଭିନ୍ନ ସ୍ଥାନ ରେ ସ୍ୱାଧୀନତା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।  ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର୍ସ ଆସୋସିଏସନ ତରଫରୁ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ସମୁଖରେ ୭୮ତମ  ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି ।  ସଂଘର ବରିଷ୍ଟ ସଦସ୍ୟ ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଓ ସମସ୍ତ ସମ୍ବାଦିକ ସଭ୍ୟ ଗଣ ସହିତ ସ୍ଥାନୀୟ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଯଥା ରମେଶ ବେହେରା, ରାଜ କିଶୋର ରାଉତରାୟ , କ୍ଷୀରୋଧ କୁମାର ବରାଲ, ବିନୋଦ ପ୍ରଧାନ,ଶଙ୍କର ସାହୁ, ବୁଦ୍ଧିଆ ଜେନା, ରତ୍ନାକର ସାମନ୍ତରା ଇତ୍ୟାଦି ଉପସ୍ଥିତ ଥିଲେ.ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କର ସମସ୍ୟା କୁ ଦୂରୀକରଣ କରିବା ପାଈଁ ସରକାରୀ କଳ ମଧ୍ୟରେ ସମନ୍ୱୟ ଏବଂ ତାହାର ଦୂରୀକରଣ ପାଈଁ ଚିଲିକା ରିପୋର୍ଟର୍ସ ଆସୋସିଏସନ ସବୁ ବେଳେ ସାଧାରଣ ଙ୍କ ସାଥିରେ ରହିବ ବୋଲି ସଂଘର ସଭାପତି ସୁନୀଲ କୁମାର ସୁବୁଦ୍ଧି ଓ ସମ୍ପାଦକ ଅମିତାଭ ପଟ୍ଟଯୋଶୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସେକ୍ ମଇନୁଲ୍ ହକ୍, ହିମାଳୟ ଶତପଥୀ, ଅନନ୍ତ ଚରଣ ବାରିକ୍, ସଞ୍ଜୟ ପ୍ରଧାନ, ଦିଲ୍ଲୀପ କୁମାର ସ୍ବାଇଁ, ରାକେଶ ସାହୁ, ସୁଜ୍ଞାତ ତ୍ରିପାଠୀ, କମଲ ଜାଲି, ସେକ୍ ରୌଶନ, ବ୍ରଜ କିଶୋର ଜେନା ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ । 

ରିପୋର୍ଟ : ରଜତ ମହାପାତ୍ର