
ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ଅଲାରିଗଡ଼ ଏବଂ ହିଂଜିଳି ବ୍ଲକର ଶାସନଆମ୍ବଗାଁ ପଞ୍ଚାୟତ ଜାତୀୟସ୍ତରରେ ପୁରସ୍କୃତ ହୋଇଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କଠାରୁ ଏହି ବ୍ଲକ ଓ ପଞ୍ଚାୟତକୁ ଦିନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ମିଳିଛି । ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି । ଏଥିଲାଗି ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଉତ୍ତମ ସେବା ଯୋଗାଇବାରେ ସହାୟକ ହୋଇପାରିବ । ପଞ୍ଚାୟତକୁ କ୍ଷମତା ହସ୍ତାନ୍ତରୀକରଣ କରିବା ନେଇ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରିପୋର୍ଟ : ବିପ୍ଳବ ସେଠୀ

