ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ସ୍ଥିତ ସରକାରୀ ଆଇଟିଆଇ କଲେଜର ଜଣେ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ଅଭିଯୋଗ ହୋଇଛି । ଗୁରୁ ଶିଷ୍ୟ ପରମ୍ପରା ଉପରେ ପୁଣି ଉଠିଛି ଆଙ୍ଗୁଠି । ସୂଚନା ଅନୁଯାୟୀ ଜଣେ ଶିକ୍ଷକ ମାଡ଼ରେ ଆଇଟିଆଇ ଛାତ୍ର ଗୁରୁତ୍ୱ ହୋଇଛି । ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଘଟିଛି ଏଭଳି ଏକ ଘଟଣା । ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଥିବା ସରକାରୀ ଆଇଟିଆଇ କଲେଜର ଦ୍ୱିତୀୟ ବର୍ଷ ଛାତ୍ର ଧର୍ମପଦ ନାୟକ ହୋଷ୍ଟଲରେ ଶୋଇଥିବା ସମୟରେ ସେହି କଲେଜର ଶିକ୍ଷକ ଧର୍ମେନ୍ଦ୍ର ସାହୁ ତାଙ୍କ ପ୍ରତି ଆକ୍ରମଣ କରିଥିଲେ । ଶିକ୍ଷକଙ୍କ ଆକ୍ରମଣ ଛାତ୍ର ଜଣଙ୍କ ଗୁପ୍ତାଙ୍ଗରେ ଗଭିର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ପଡି ରହିଥିବା ଛାତ୍ରକୁ ଅନ୍ୟ ଛାତ୍ରମାନେ ଉଦ୍ଧାର କରି ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଥିବା ଡାକ୍ତର ଶ୍ରାବଣ କୁମାର ତାଙ୍କୁ ଚିକିତ୍ସା କରିଥିଲେ । ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ଏକ ସ୍ୱତନ୍ତ୍ର ଗାଡିରେ ଛାତ୍ର ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣା ସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜର ଅଧ୍ୟକ୍ଷ ପ୍ରକାଶ ରଞ୍ଜନ ସୋରେନ କହିଛନ୍ତି । କଲେଜ ପକ୍ଷରୁ ଏ ଯାଏଁ ଶିକ୍ଷକଙ୍କ ଉପରେ ପୋଲିସ ଥାନାରେ କୈାଣସି ଏତଲା ଦିଆଯାଇନଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା