ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ଯାଜପୁର ଓ କଟକ ଜିଲ୍ଲାକୁ ଲାଗି ରହିଛି ଖଙ୍କିରା ପଞ୍ଚାୟତ । ଏହି ଗ୍ରାମ ପଞ୍ଚାୟତରେ ଅନେକ ଗୁଡିକ ସରକାରୀ ଅନୁଷ୍ଠାନ ଅଛି ଯଥା ଏକ ସରକାରୀ ଡାକ୍ତରଖାନା ଓ ସରକାରୀ ଉଚ୍ଚ ବିଦ୍ୟାଳୟ । ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୨ ମସିହାରେ ସ୍ଥାପନ ହୋଇଥିଲା । ଏହି ବିଦ୍ୟାଳୟରେ ଏବେ ୩୫୦ରୁ ଅଧିକା ଛାତ୍ରଛାତ୍ରୀ ଅଧ୍ୟୟନରତ । ଏହି ବିଦ୍ୟାଳୟ ସମୟ ଥିଲା ଢେଙ୍କାନାଳ ଜିଲ୍ଲାରେ ନିଜର ବେଶ ନାମ କମେଇଥିଲା । ସେତେବେଳର ଶିକ୍ଷକ ମାନେ ଯଥା ହରିହର ମିଶ୍ର, ସ୍ୱର୍ଗତ ଭ୍ରମର ବର ପାଳ, ସ୍ୱର୍ଗତ ବଲ୍ଲଭ କୁମାର ମହାପାତ୍ର, ଯୁଗଳ କିଶୋର ମାହାପାତ୍ର, ଟଙ୍କଧର ବାରିକି, ନିତ୍ୟାନନ୍ଦ ଦାଶ ସାମନ୍ତ, ରବି ନାରାୟଣ ସମାଲ ଓ ସ୍ୱର୍ଗତ ରଜନୀ କାନ୍ତ ଛୋଟରାୟଙ୍କ ପ୍ରଚେଷ୍ଟା କ୍ରମେ ଏହି ବିଦ୍ୟାଳୟକୁ ପାଖ ଜିଲ୍ଲା ମାନଙ୍କରୁ ପିଲାମାନେ ଆସି ପାଠ ପଠୁଥିଲେ କିନ୍ତୁ ଦୁଃଖ ଓ ପରିତାପର ବିଷୟ ସବୁ ପ୍ରକାର ଭିତ୍ତିଭୂମି ଥାଇ ଆଜି ଏହି ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ନାହିଁ ନାହିଁରେ ଚାଲିଛି ବିଦ୍ୟାଳୟ । ଖେଳ ଶିକ୍ଷକ ନାହାନ୍ତି, କିରାଣି ନାହାନ୍ତି, ପ୍ରଧାନ ଶିକ୍ଷକ ନାହାନ୍ତି ତାସହିତ ବର୍ତମାନ ଏହି ଯେଉଁ କେତେଜଣ ମହିଳା ଶିକ୍ଷକ ଅଛନ୍ତି ସେମାନଙ୍କ ପାଖରେ ପ୍ରତିଭା ଥିଲେ ମଧ୍ୟ ସେମାନଙ୍କୁ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କ ବ୍ୟବହାର ଓ ଟିପ୍ପଣୀ ବହୁତ କଷ୍ଟ ଦାୟକ । ବିଜୟ ସାମଲ ( ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ) କାହାରି କଥା ଶୁଣନ୍ତି ନାହିଁ । କମିଟି ସଭ୍ୟ ମାନଙ୍କୁ କଟୁ କଥା କୁହନ୍ତି । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଧରି ସାମଲ ମହାଶୟ ୩ ବର୍ଷ ହେବ ଚଳେଇଛନ୍ତି ଏକଛତ୍ରବାଦ । ବାରମ୍ବାର ଅଭିଯୋଗ ଓ ଅନୁରୋଧ କରାଯାଇଛି ଶ୍ରୀ ସମାଲଙ୍କୁ ବଦଳି କରି ସ୍ଥାୟୀ ପ୍ରଧାନ ଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକ ପୁରଣ ପାଇଁ । ବିଗତ ବର୍ଷ ଶ୍ରୀ ସାମଲଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ଶିକ୍ଷକ ଶିକ୍ଷତ୍ରୀ ଉପସ୍ଥିତରେ ସମାଧାନ କରିଥିଲେ କିନ୍ତୁ ଶ୍ରୀ ସାମଲ ନିଜ ପ୍ରକୃତି ଛାଡିପାରୁନାହାନ୍ତି । ଏ ସବୁ ଘଟଣାର ସ୍ଥାୟୀ ପ୍ରତିକାର ଦାବିରେ ଶେଷରେ ଗ୍ରାମବାସୀ ଚରମ ନିଷ୍ପତ୍ତି ନେଇ ବିଦ୍ୟାଳୟରେ ତାଲା ପକେଇ ଅନର୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି । ଜନସାଧାରଣରେ ଦାବି ହୋଉଛି ଶ୍ରୀ ସାମଲଙ୍କୁ ବଦଳି ଓ ଅନ୍ୟ ଖାଲି ପଡିଥିବା ଶିକ୍ଷକ ପଦ ଗୁଡିକ ପୁରଣ କରିବା ପାଇଁ ଯଦି ପୂରଣ ନ କରାଯାଏ ତେବେ ଆଗାମୀ ଦିନରରେ ଆନ୍ଦୋଳନ ଆହୁରି ଜୋର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି